Odiapua.com

ଷ୍ଟେଟ୍ ବ୍ୟାଙ୍କ ଆଗରପଡା ଶାଖାର ବୃକ୍ଷରୋପଣ

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଷ୍ଟେଟ୍ ବ୍ୟାଙ୍କ ଆଗରପଡା ଶାଖା ପକ୍ଷରୁ ବରିଷ୍ଠ ନାଗରିକ ସୁରକ୍ଷା ମଂଚ ଓ ବନ ବିଭାଗ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଥିବା କୁଆଁଶମଢିଆ ସ୍ଥିତ ମଂଚ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶାଖା ପରିଚାଳକ ଜୟନ୍ତ କୁମାର ମହାପାତ୍ର ସଚାଂଳନ କରିଥିଲେ । ହିସାବରକ୍ଷକ ତ୍ରିଲୋଚନ ସାମନ୍ତରାୟ, ସୌମେନ୍ଦ୍ର ନାୟକ, ଦୀପକ କୁମାର ସ୍ୱାଇଁ, ଅଜୟ କୁମାର ପୃଷ୍ଟି, ଫରେଷ୍ଟର ରାଜକିଶୋର ନାୟକ, ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ,କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ଉପସଭାପତି ଚିତରଞ୍ଜନ ସାମନ୍ତରାୟ,ସମ୍ପାଦକ ରଞ୍ଜନ ଦାସ, ସହ-ସମ୍ପାଦକ ଗୋଲକ ପୃଷ୍ଟି ପ୍ରମୁଖ ଲିମ୍ବ, କୃଷ୍ଣଚୂଡା, ରାଧାଚୂଡା, ଶିଶୁ, ପିସ୍ତା ବାଦାମ, ବଉଳ ଆଦି ବୃକ୍ଷରୋପଣ କରିଥିଲେ । ମୂରଲୀ ଧର ପଣ୍ଡା, ଅଶୋକ ମହାନ୍ତି, ପ୍ରଫୁଲ ପୁହାଣ,ପଦ୍ମନାଭ ଦାସ,ସତ୍ୟେନ୍ଦ୍ର ମହୁରୀ, ବଳରାମ ପୃଷ୍ଟି, କୃଷ୍ଣଚନ୍ଦ୍ର ରଣା, ଜଗନ୍ନାଥ ଶତପଥି, ସୁରେନ୍ଦ୍ର ନାଥ ବିନ୍ଧାଣୀ ପ୍ରମୁଖ ସହଯୋଗ କରିଥିଲେ ।