Odiapua.com

ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

କୋରେଇ ୨୬/୬ (ଓଡ଼ିଆ ପୁଅ/ଭାସ୍କର ସାହୁ) କୋରେଇ ବ୍ଲକ କରଦା ପଂଚାୟତ ରାଣିଗୋଡା ଛକ ଠାରେ ପାଣିକୋଇଲି ଷ୍ଟେଟ୍ ବ୍ୟାଙ୍କର ଏକ ନୁତନ ଗ୍ରାହକ ସେବା କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟକ ଭାବେ ଭୁବନେଶ୍ୱର ମଣ୍ଡଳ-୨ ର ଏଜିଏମ(ଏଫଆଇ ଓ ଏଟିଏମ୍‌) ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପାଣିକୋଇଲି ଶାଖାରେ ଗ୍ରାହକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଏବଂ ପ୍ରବଳ ଭିଡକୁ ଦେଖି ନୁତନ ଗ୍ରାହକ ସେବା କେନ୍ଦ୍ର ଖୋଲାଗଲା ବୋଲି ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ଶାଖା ପରିଚାଳକ ନିହାର ରଂଜନ ଦାସ ସୂଚନା ଦେଇଛନ୍ତି। ଏଠାରେ ଗ୍ରାହକମାନେ ସୁବିଧାରେ ନୁତନ ଖାତା ଖୋଲିବା ସହ ନେଣ ଦେଣ ସୁଚାରୁରୁପେ କରିପାରିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ରୋଡ ଅଂଚଳିକ କାର୍ଯ୍ୟାଳୟର ଗିରିଜା ଶଂକର ପାତ୍ର, ସେଭ୍‌ର ରାଜ୍ୟ ସଂଯୋଜକ ମନୋଜ କୁମାର ଦାସ, ଜିଲ୍ଲା ସଂଯୋଜକ ନିରଂଜନ ପାତ୍ର, ସମାଜ ସେବୀ କାର୍ତିକ ଚନ୍ଦ୍ର ସାହୁ, ବିଶ୍ୱନାଥ ପଣ୍ଡା, ମଦନ ମୋହନ ସେନାପତୀ, ଦୋଳ ଗୋବିନ୍ଦ ସେଠି, ଭାସ୍କର ସାହୁ, ପଦ୍ମଲାଭ ଓଝା, ସାଧବ ସେନାପତୀ, ପ୍ରକାଶ ସାହୁ, ଚଗୁଲୁ ଜେନା, ଜ୍ଞାନ ରଂଜନ ସାହୁ, ବିଶ୍ୱରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ୨୦ ଜଣ ଗ୍ରାହକଙ୍କ ନୁତନ ଖାତା ଖୋଲାଯାଇଛି।