Odiapua.com

ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ସାଧାରଣ ପରିଷଦ ବୈଠକ ୨୨ରେ

କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଓଡିଶା ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ରାଜ୍ୟ ସାଧାରଣ ପରିଷଦ ବୈଠକ ଚଳିତ ଜାନୁଆରୀ ମାସ ୨୨ତାରିଖ ପୂର୍ବାହ୍ନ ସାଢେ୯ଟା ସମୟରେ କଟକସ୍ଥିତ ଶହୀଦ ଭବନରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ବୈଠକରେ ଆଗାମୀ ୩ବର୍ଷ ପାଇଁ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ତେଣୁ ସଙ୍ଘର ସମସ୍ତ ସଦସ୍ୟମାନେ ଏହି ବୈଠକରେ ଯୋଗଦେଇ ଉପଯୁକ୍ତ କର୍ମକର୍ତ୍ତା ନିର୍ବାଚିତ କରିବାକୁ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଭୁବନେଶ୍ୱର ଜୋନ ନମ୍ବର -୨ର ଜୋନାଲ ସଭାପତି ପ୍ରାର୍ଥୀ ଗଣେଶ୍ୱର ମେକାପ ନିବେଦନ କରିଛନ୍ତି।