Odiapua.com

ଷ୍ଟେଟବ୍ୟାଙ୍କ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷଣ ଶିବିର

ସମ୍ବଲପୁର, ୯/୧୦ – (ଓଡ଼ିଆ ପୁଅ) ବୁର୍ଲାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ଏକ ମାସ ବ୍ୟାପୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୨ ଜଣ ଯୋଗଦେଇ ଦୁଇଚକିଆ ଯାନର ସଂରକ୍ଷଣ ଏବଂ ମରାମତି ତାଲିମ ହାସଲ କରିଛନ୍ତି। ଉଦଯାପନୀ ସମାରୋହରେ ଆଇଟିଆଇ ହୀରାକୁଦର ଅଧ୍ୟକ୍ଷ ଧନୁର୍ଜୟ ଖୁରା ମୁଖ୍ୟ ଅତିଥି ଭାବରେ ଯେଗଦେଇ ଆତ୍ମନୁଯୁକ୍ତି ଜରିଆରେ ରାଷ୍ଟ୍ରର ଉନ୍ନତି ସମ୍ଭବପର ବୋଲି କହିଥିଲେ ଏବଂ ୨୨ ଜଣ ନୂତନ ମେକାନିକଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ସୌରଭ ରାୟ ପ୍ରତିଷ୍ଠାନ ଦ୍ୱାରା ନିୟମିତ ଭାବରେ ଆତ୍ମନିଯୁକ୍ତି ସମ୍ବନ୍ଧିତ ବିଭିନ୍ନ ତାଲିମ ଦିଆଯାଉଥିବା ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ। ନିଷ୍ଠାପରତା ଓ ପରିଶ୍ରମ ବଳରେ ଜଣେ ତାଲିମପ୍ରାପ୍ତ ଯୁବକ ବା ଯୁବତୀ ସଫଳତା ହାସଲ କରିପାରିବେ ବୋଲି ସେ ଦୃଢ଼ୋକ୍ତି ପୋଷଣ କରିଥିଲେ। ଜୀବନ କୌଶଳ ଶିକ୍ଷା ପ୍ରଶିକ୍ଷକ ବିଜୟ କୁମାର ସାହୁ ଓ ଝସକେତନ ସେଠ ତଥା ବୈଷୟିକ ଶିକ୍ଷା ପ୍ରଶିକ୍ଷକ ଆନନ୍ଦ କୁମାର ମାଝୀ ମଧ୍ୟ ଉପସ୍ଥିତ ଥିଲେ।