ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଡିଙ୍ଗୁରା ପିଟୁଛନ୍ତି ରାଜ୍ୟରେ ଚାଲିଛି ଲୋକଙ୍କ ସରକାର। କିନ୍ତୁ ପ୍ରକୃତରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି ଡବଲ ଇଞ୍ଜିନ ମୋହନ ସରକାର। ଧାମନଗର ମେଡିକାଲରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାର ଦେଖାଦେଇଛି।ରୋଗୀକୁ ଇଞ୍ଜେକ୍ସନ ସାଲାଇନ ଦେବା ପାଇଁ ନାହାନ୍ତି ଷ୍ଟାଫନର୍ସ ଚିକିତ୍ସାଧିନ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ। ଖବର ନେବାରୁ ଯାହା ଜଣାଯାଏ ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତର ସ୍ଥାୟୀ ବାସିନ୍ଦା କଲସୁମ ବିବିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଧାମନଗର ମେଡିକାଲରେ ଭର୍ତି କରାଯାଇଥିଲା। ଡାକ୍ତର ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା ଆରମ୍ଭ କରି ଥିବା ବେଳେ ଦୁଃଖ ଓ ପରିତାପର ବିଷୟ ଇଞ୍ଜେକ୍ସନ ସେଲାଇନ ନେବା ପାଇଁ ଷ୍ଟାଫନର୍ସ ନଥିବାରୁ ୨ଟାରୁ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ରୋଗୀକୁ ଅପେକ୍ଷା କରିବାକୁ ପଡିଥିଲା। ଏଠି ପ୍ରଶ୍ନ ଉଠେ ଯେ ଡାକ୍ତରକୁ ନଜଣାଇ ଡିୟୁଟି ଛାଡି ଚାଲିଯିବାରୁ ଉପସ୍ଥିତ ଡାକ୍ତର ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି ଡିୟୁଟି ଚିଠାରେ ଜଣକ ନାମ ଥିବା ବେଳେ ଆଉ ଜଣେ ଷ୍ଟାଫନର୍ସ ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି। ଏପଟେ ମହିଳା ଝାଳୁଦାର ମାନେ ଇଞ୍ଜେକ୍ସନ ସେଲାଇନ ଦେଉଛନ୍ତି ଯଦି ରୋଗୀର କିଛି ଅସୁବିଧା ହୁଏ ତାହେଲେ ଦାୟୀ କିଏ ହେବ ବୋଲି ଚିକିତ୍ସାଧିନ ରୋଗୀ ଓ ତାଙ୍କର ପରିବାର ଲୋକେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ସରକାରଙ୍କ ନିୟମକୁ ଉଲଘଂନ କରି କେତେକ ଷ୍ଟାଫନର୍ସ ଦୀର୍ଘ ବର୍ଷ ବର୍ଷ ଧରି ଏଠାରେ ରହି ଅଫିସର ଏବଂ ଡାକ୍ତର ମାନଙ୍କୁ ଖାତିରି ନକରି ମନମୁଖୀ କାର୍ଯ୍ୟ କରିଚାଲିଛନ୍ତି। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟ ସେବା ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ସରକାରଙ୍କ ନିୟମକୁ ଅନୁସରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରୋଗୀଙ୍କ ପରିବାର ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।