Odiapua.com

ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୨୦/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସହରର ମେହେବୁଦାବାଦସ୍ଥିତ ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ରବିବାର ପୂର୍ବାହ୍ନରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍କୁଲର ଅଧ୍ୟକ୍ଷ ଏନାମୁଲ ହକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ସ୍କୁଲ ପରିଚାଳନା କମିଟି ସମ୍ପାଦକ ତୋହିଦୁର ରହେମାନ, ସଦସ୍ୟ ଓଇଦୁଲ ହକ, ମହମ୍ମଦ ଅଫଜଲ ଓ ମୀର ଇରାନଅଲ୍ଲୀ ପ୍ରମୁଖ ଯୋଗଦେଇ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗୀତାରେ ସଫଳତା ପାଇଁ ଛାତ୍ର ଜୁନେଦ ଖାନ ଓ ଜିଲ୍ଲା ସ୍ତରୀୟ କୁଇଜ ପ୍ରତିଯୋଗୀାତାରେ ସଫଳତା ପାଇଁ ଛାତ୍ର ସ୍ୱାହାଲିଆ ସୁଲତାନାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପାଦେୟ ପୁସ୍ତକ ପ୍ରଦାନ କରାଯାଇଥିଲା। ଏଥିସହିତ ସେମାନେ ଉଚତ୍ତର ଶିକ୍ଷା କ୍ଷେତ୍ରରେ ବହୁ ଆଗକୁ ଯାଇ ସ୍କୁଲର ସୁନାମ ଆଣନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଦେବକି ମୁଦୁଲି, ସୁନନ୍ଦା ପଣ୍ଡା, ରାଜଶ୍ରୀ ଦାସ, କୋରେତୁଲ ଆଏନ, ସୁଜାତା ମହାନ୍ତି, ସୋନାଲି ସଶ୍ମିତା ସୂଆର, ସଲମା ଖାତୁନ, ନଜମା ବେଗମ, ଶିକ୍ଷକ ହୁମା ଖାନ, ସୁବ୍ରତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ।