ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସୋସାଇଟ୍ ଫର ଉଇକର କମ୍ୟୁନିଟ (ଆସିଆନା)ର ଶକ୍ତି ଶଦନ ପ୍ରକଳ୍ପ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଭଦ୍ରକ ବସ୍ ସିଣ୍ଡିକେଟ୍ ସଭାଗୃହରେ ଆସିଆନ୍ର ସମ୍ପାଦିକ ସୋଫିଆ ସେକ୍ଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ବସ୍ ଆସୋସିଏସନ୍ର ସଭାପତି ଶ୍ରୀନିବାସ ପତି, ଟାଉନ୍ଥାନା ସବ୍ଇନିସ୍ପେକ୍ଟର ଅରୁନ୍ଧତୀ ପରିଡ଼ା, ଏଗାର ନମ୍ବର ୱାର୍ଡ଼ର କାଉନ୍ସିଲର ପ୍ରତିନିଧି ପଙ୍କଜ ବଳ ଓ ଓନ୍ ଷ୍ଟପ୍ ସେଂଟର ଆର୍ଡ଼ିମିନିଷ୍ଟେଟର ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ଯୋଗ ଦେଇ ୧୧୨ ଜରୁରୀକାଳୀନ ସେବା, ୧୮୧ ମିହଳା ହେଲ୍ପଲାଇନ୍ ଏବଂ ୧୦୯୮ ଚାଲିଡ଼୍ ହେଲପ୍ ଲାଇନ୍ ଉପଯୋଗିତା ଉପରେ ବିସ୍ତୃତ ଆଲୋଚନା କରିବା ସଂଗେ ସଂଗେ ଲିଙ୍ଗ ଭିତିକ ହିଂସା ସମାଜ ପାଇଁ ବିପଦ ଏହାକୁ ରୋକିବା ପାଇଁ ଉଦ୍ୟମର ଆବଶ୍ୟକତା ଅଛି ବୋଲି ସମସ୍ତେ ମତବ୍ୟକ୍ତ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସୂଚନା ଆର୍ସିଆନାର ସଂଯୋଜକ ରିଆଜ ଅହମଦ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ ସିଣ୍ଡିକେଟ୍ ସଦସ୍ୟ ସୂତାର ରଞ୍ଜନ ସାହୁ, ଇନ୍ତେଆଜ୍ ଅଲ୍ଲି ଖାନ୍, ସଫିରୁଦ୍ଦିନ୍ ଖାନ୍, କୈଳାସ ଚନ୍ଦ୍ର ସାହୁ, ସଲାମୁଦ୍ଦିନ୍ ଖାନ୍, ରବିନ୍ଦ୍ର କୁମାର ଦାସ ଏବଂ ଚାଇଲଡ଼ି ଲାଇନ୍ର ପରାମର୍ଶ ଦାତା ଲକ୍ଷ୍ମଣ ଜେନା, ସୁପରଭାଇଜର ଦିଗ୍ବିଜୟ ମହାନ୍ତି ପ୍ରମୁଖ ଏହି ସଭାପରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏହା ନିଷ୍ପତି ନିଆଗଲାଯେ ଏହି ହେଲ୍ପ ଲାଇନ୍ ନମ୍ବର ବା ଜରୁରୀ କାଳୀନ ନମ୍ବର ଗୁଡ଼ିକ ବସ୍ ଟରମିନାଲ୍ ନିକଟରେ ଲୋକମାନଙ୍କ ସଚେତନତା ପାଇଁ ଦୃଶ୍ୟ ଫଳକ ମାଧ୍ୟରେ ସଚେତନା କରାଯିବାକୁ ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମକୁ ଆସିଆନାର କର୍ମକତ୍ତା ଜନ୍ମଜ୍ୟୋତି ବେହେରା, ବିକାଶ ରାଉତ, ସାଧନା ସରଗମ୍ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମୁକ୍ତାଶ୍ରୟ କେନ୍ଦ୍ରର ସଂଯୋଜକ ସନ୍ଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସମାପ୍ତ ପରେ ବସ୍ ଟରମିନାଲ୍ର ଯାତ୍ରୀମାନଙ୍କୁ ଚାଇଲଡ଼ି ଲାଇନ୍, ଆରସିଆନ୍ ଶକ୍ତି ସଦନ, ଫେଲୋସିପ୍, ୱାନ୍ ଷ୍ଟପ୍ ସେଂଟର ପ୍ରଚାରପତ୍ର ବଂଟନ କରାଯାଇଥିଲା
ଷୋଳ ଦିବସୀୟ ଲିଙ୍ଗ ଭିତିକ ହିଂସା ଅଭିଯାନ ବିରୋଧି ଅଭିଯାନ, ଲିଙ୍ଗ ଭିତିକ ହିଂସା ସମାଜ ପାଇଁ ବିପଦ
