Odiapua.com

ଷୋଳମପୁର ଶିଶୁ ମନ୍ଦିରରେ ଆଚାର୍ଯ୍ୟ/ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ଅଧୀନ ବୌଦ୍ଧବିହାର ଷୋଳମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସମ୍ପାଦକ ବିଶ୍ୱମ୍ୱର ରାଉତଙ୍କ ସଂଯୋଜନାରେ ୩ ଦିନ ଧରି ଆୟୋଜିତ ହୋଇଥିବା ଆଚାର୍ଯ୍ୟ-ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ସଫଳତାର ସହ ଶୁକ୍ରବାର ଉଦଯାପିତ ହୋଇଯାଇଛି।ତିନିଦିନ ଧରି ଆୟୋଜିତ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିବସରେ ସରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ତଥା ବରିଷ୍ଠ ପ୍ରଶିକ୍ଷକ ଉଦୟନାଥ ରାଉତ ପ୍ରଦୀପ ପ୍ରଜ୍ୱଳନ କରି ଶିବିର ଉଦ୍ଘାଟନ କରିବା ସହ ମାତୃଭାଷା ଓ ଇଂରାଜୀ ବିଷୟ ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଗୁରୁ ମା ଗୁରୁଜୀଙ୍କୁ ପ୍ରଦାନ କରିଥିଲେ।ସେହିଦିନ ଅନ୍ୟତମ ପ୍ରଶିକ୍ଷକ ଭାବେ ବିଷ୍ଣୁପୁର ସରକାରୀ ଉ.ପ୍ରା ବିଦ୍ୟାଳୟ ଶିକ୍ଷକ ଜୟଦେବ ସେନାପତି ଜାତୀୟ ଶିକ୍ଷାନୀତି ,ଛାତ୍ର କୈନ୍ଦ୍ରିକ ବ୍ୟବସ୍ଥା ସହ ଗଣିତ ଓ ଇଂରାଜୀ ବିଷୟ ପଢ଼ାଇବାର ବିଭିନ୍ନ ସରଳ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥଲେ।ସେହିପରି ଉତରବଡ଼(ଏନ) ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ସାମଲ ମାତୃଭାଷା ଓଡ଼ିଆ ବିଷୟର ଗଦ୍ୟ ପଦ୍ୟ ବ୍ୟାକରଣ ଗତ ଶିକ୍ଷାର ସହଜ ଆଉ ଗ୍ରହଣୀୟ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଦ୍ୱିତୀୟ ଦିନ ଶିବିରକୁ ପୂର୍ବତନ ଶିକ୍ଷା ସାଧନା ସଂଯୋଜକ ଶିକ୍ଷାବିତ୍ ଗଦାଧର ବାରିକ ଉଦ୍ଘାଟନ କରିବା ସହ ଶ୍ରେଣୀଗୃହ ପାଠ,ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାର, ପାଠଟୀକା ପ୍ରସ୍ତୁତି, ମେଧାବୃତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ସହ ବିଭିନ୍ନ ପାଠ୍ୟ ପୁସ୍ତକ ବିଷୟକୁ ଆଚାର୍ଯ୍ୟ ଆଚାର୍ଯ୍ୟ। ମାନେ କିପରି ସରଳ ଉପାୟରେ ପାଠ ପଢ଼ାଇବେ ସେ ବିଷୟରେ ନୂତନ ଶିକ୍ଷଣ ପଦ୍ଧତି ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉକ୍ତଦିନ ଶିବିରରେ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଦାସ ଛାତ୍ରଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଗ୍ରହଣ ସହ ସହଜ ଉପାୟରେ ସୂତ୍ର ପ୍ରୟୋଗ ଓ ଟିଏଲଏମ ବ୍ୟବହାର କରି ଗଣିତ ଓ ଜ୍ୟାମିତି ଶିକ୍ଷା ପ୍ରଦାନ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଅନ୍ୟତମ ପ୍ରଶିକ୍ଷିକା ସାରସ୍ୱତ ଉଚ୍ଚ ବିଦ୍ୟାପୀଠ ଜଳହରୀର ଶିକ୍ଷୟିତ୍ରୀ ତନୁଜା ରାଉତ ଗୁରୁଜୀ ଗୁରୁମା ମାନଙ୍କୁ ପଞ୍ଚପଦୀ ଶିକ୍ଷଣ,ପରୀକ୍ଷା ବ୍ୟବସ୍ଥା,ପଞ୍ଚକୋଷ ଶିକ୍ଷଣ ସହ ଭାଷା ସାହିତ୍ୟ ,ପରିବେଶ ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଠିକ୍ ସେହିପରି ଦ୍ୱିତୀୟ ଦିନ ଶିବିରର ଶେଷ ପର୍ଯ୍ୟାୟରେ ରଘୁନାଥପୁର ସରକାରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ଜେନା ଏବିସି ମାଧ୍ୟମରେ ଶିକ୍ଷାଦାନ ,ଶ୍ରେଣୀଗୃହ ପରିଚାଳନା ,ଇଂରାଜୀ ପାଠ୍ୟ ପୁସ୍ତକ ପଢାଇବାର ୩ ସହଜ ଉପାୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରର ଉଦଯାପନୀ ଦିବସକୁ ବନବିହାରୀ ମହାନ୍ତି ଉଦ୍ଘାଟନ କରିବା ସହ ବିଭିନ୍ନ ପ୍ରକାର ବିଜ୍ଞାନ ବିଷୟ ଉପରେ ନମୁନା ପରୀକ୍ଷା ,ବିଜ୍ଞାନ ପଠନ ଶୈଳୀ,ବିଜ୍ଞାନମେଳା ଓ ଶ୍ରେଣୀ ପ୍ରକଳ୍ପ ପ୍ରସ୍ତୁତି, କାର୍ଯ୍ୟ ଫର୍ଦ୍ଦ , ମୂଲ୍ୟାୟନ, ପାଠ୍ୟ ଯୋଜନା ଉପରେ , ଅନିତା ନାୟକ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଯତ୍ନ,ଲିଖିତ ଓ ମୌଖିକ ଶିକ୍ଷା ,ମାତୃଭାଷା ଅଧ୍ୟାପନା ଶୈଳୀ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରମୋଦ କୁମାର ନାୟକ ସକରାତ୍ମକ ଶିକ୍ଷା,ଶାରୀରିକ ଶିକ୍ଷା, କ୍ରୀଡ଼ା ଶିକ୍ଷା,ପ୍ରାର୍ଥନା ବ୍ୟବସ୍ଥା ସହ ମୂଲ୍ୟାୟନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବଦତ ମହାନ୍ତି ବିଦ୍ୟାଳୟ ଇଂଟରନେଟ୍ ଶିକ୍ଷା ପଦ୍ଧତି,ପରିବେଶ ଶିକ୍ଷା ସହ ବିଭିନ୍ନ ଦସ୍ତାବିଜ ର କାର୍ଯ୍ୟକାରୀ ଉପରେ ତାଲିମ ପ୍ରଦାନ କରିଥିବା ବେଳେ ରମେଶ ଚନ୍ଦ୍ର ରାଉତ ନାଚ ଗୀତ ଗପ ଖେଳ ମାଧ୍ୟମରେ ପିଲାଙ୍କ କିଭଳି ଚାପମୁକ୍ତ ଶିକ୍ଷା ପ୍ରଦାନ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ଅବସରରେ ସମସ୍ତ ପ୍ରଶିକ୍ଷକ ମାନଙ୍କ ଶିଶୁ ମନ୍ଦିର ପକ୍ଷରୁ ସମ୍ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରଯାଇଥିବା ବେଳେ ସମସ୍ତ ଗୁରୁଜୀ/ଗୁରୁମା ପ୍ରଶିକ୍ଷ୍ୟାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।