Odiapua.com

ଷୋଳମପୁର ବୌଦ୍ଧବିହାର ପରିସର ଆଲୋକିକରଣ; ପ୍ରଣିତକାନ୍ତି ସାମଲଙ୍କ ଅନୁଧ୍ୟାନ

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାର ପରିସରକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିକରଣ ପାଇଁ ଗୁରୁବାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ବ୍ୟୟବରାଦ କରିବା ସହ ଆଗାମୀ ସପ୍ତାହ ସୁଦ୍ଧା କାର୍ଯ୍ୟ ସମାପ୍ତ ହେବ ବୋଲି ଷୋଳମପୁର ଠାରେ ସୂଚନା ଦେଇଛନ୍ତି । ଗବେଷକ ବିଶ୍ୱମ୍ଭର ରାଉତଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟ ପାଇଁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିଶ୍ରୁତି ମୁତାବକ ଏହି କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀ ସାମଲ ବୌଦ୍ଧବିହାର ଅନୁଧ୍ୟାନ କରିବା ସହ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ବୌଦ୍ଧବିହାର ପ୍ରବେଶରାସ୍ତାରେ ସୁଦୃଶ୍ୟ ସୂଚନା ଆଧାରିତ ଫାଟକ ନିର୍ମାଣ କରିବା, ବୌଦ୍ଧବିହାର ପରିସରରେ ପୁଷ୍ପଉଦ୍ୟାନ ସ୍ଥାପନ କରିବା, ଏହାର ସଂଯୋଗୀକରଣ ରାସ୍ତାକୁ ଉନ୍ନତଭାବେ ପୁନଃନିର୍ମାଣ କରାଯିବା ଆଦି କାର୍ଯ୍ୟ ଖୁବଶିଘ୍ର କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ବିଧାନସଭା ଅଧିବେଶନ ପରେ ବୌଦ୍ଧବିହାର ବିକାଶ ପାଇଁ ବଡଧରଣର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ସୂଚନା ଦେଇଥିଲେ । ଏହି ଅନୁଧ୍ୟାନ ସମୟରେ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକ, ୱାର୍ଡ ସଦସ୍ୟ ଗଜେନ୍ଦ୍ର ଦାସ, ପୂଜକ ଉମାକାନ୍ତ ପଣ୍ଡାଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।