Odiapua.com

ଷୋଳମପୁର ବୌଦ୍ଧବିହାର ପରିଦର୍ଶନ କଲେ ବିଡିଓ, ସିସିଟିଭି ସ୍ଥାପନ ସହ ଅନ୍ୟାନ୍ୟ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାର ପରିଦର୍ଶନ କରି ସ୍ଥାନୀୟ ବିଡିଓ ବିଜୟ ସାହୁ ସିସିଟିଭି ସ୍ଥାପନ ସହ ଅନ୍ୟାନ୍ୟ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଗୁରୁବାର ଗବେଷକ ବିଶ୍ୱମ୍ଭର ରାଉତଙ୍କ ଆମନ୍ତ୍ରଣ କ୍ରମେ ବିଡିଓ ଶ୍ରୀ ସାହୁ ବିରଳ ବୁଦ୍ଧମୂର୍ତ୍ତ ରଘୁନାଥମନ୍ଦିର ଚତୁଃପାଶ୍ୱର୍ରେ ବୁଲି ଦେଖିବା ସହ ସଂରକ୍ଷଣ ଅଭାବରୁ ବିକ୍ଷିପ୍ତ ଭାବେ ପଡିଥିବା ବୁଦ୍ଧ ପ୍ରତିମା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ବିଡିଓଙ୍କ ବ୍ୟକ୍ତିଗତ ଉଦ୍ୟମରେ ଗତ ମାସରେ ବୌଦ୍ଧବିହାର ପରିସରରେ ପ୍ରତିଷ୍ଠା ହୋଇଥିବା ନଳକୂପ ଉଦଘାଟନ କରିଥିଲେ । ଚଳିତ ବର୍ଷ ପଞ୍ଚାୟତ ସମିତି ଅର୍ଥରୁ ସିସିଟିଭି ସ୍ଥାପନ କରାଯିବା ଓ ବୌଦ୍ଧବିହାର ପରିସରରେ ପୁଷ୍ପ ଉଦ୍ୟାନ ନିର୍ମାଣ ସହ ରାସ୍ତା ନିର୍ମାଣ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଇଓ ପ୍ରଫୁଲ୍ଲ ପୁହାଣ, ପ୍ରଫୁଲ୍ଲ ନାୟକ ଓ ନିଶିକାନ୍ତ ଜେନା ଉପସ୍ଥିତ ଥିଲେ ।