Odiapua.com

ଷୋଳମପୁର ବୌଦ୍ଧବିହାରରେ ସିସିଟିଭି ସ୍ଥାପନ

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ବୌଦ୍ଧବିହାରର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ଆଜି ସ୍ଥାପନ କରାଯାଇଛି । ଷୋଳମପୁର ପଞ୍ଚାୟତର ୨୦୨୧-୨୨ ବର୍ଷ ପାଇଁ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନରୁ ପଚାଶ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ବ୍ୟବସ୍ଥା ସ୍ଥାପନ କରାଯାଇଛି । ବୌଦ୍ଧବିହାର ପରିସର ହତା ଓ ଏହା ସଂଲଗ୍ନ ରାସ୍ତା ଆଦି କ୍ୟାମେରା ସତର୍କ ନଜରରେ ରଖାଯାଇଛି । ଏହା ଦ୍ୱାରା ବୌଦ୍ଧବିହାର, ସଂଗ୍ରହାଳୟ ଓ ବିକ୍ଷିପ୍ତଭାବେ ପଡିରହିଥିବା ମୂର୍ତ୍ତିଗୁଡିକର ସୁରକ୍ଷା କରାଯାଇ ପାରିବ ବୋଲି ଆଶା ପ୍ରକାଶ କରାଯାଇଛି । ପୂର୍ବତନ ବିଡିଓ ବିଜୟ କୁମାର ସାହୁ ସିସିଟିଭି ସ୍ଥାପନା ପାଇଁ ପଞ୍ଚାୟତକୁ ନିର୍ଦ୍ଦେଶ ଦେଇଥିଲେ । ଏବର ବିଡିଓ ଦେବଦତ୍ତ ଦାଶ ଏହି କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିଥିଲେ । ଏଥିପାଇଁ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା ଓ ପୂର୍ବତନ ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ବିଶେଷ ଭାବେ ଉଦ୍ୟମ କରି କାର୍ଯ୍ୟକୁ ଫଳବତୀ କରାଇଥିଲେ ।