Odiapua.com

ଷୋଳମପୁର ପଞ୍ଚାୟତରେ କଂଗ୍ରେସ ସାଙ୍ଗଠନିକ ସଭା ଓ ମିଶ୍ରଣ ପର୍ବ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ଚାଙ୍ଗୁଆ ପଡିଆରେ ରବିବାର ଅନୁଷ୍ଠିତ ସାଙ୍ଗଠନିକ ସଭାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗତ ୧୫ ବର୍ଷ ମଧ୍ୟରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରକୁ ବିକାଶ ପରିବର୍ତ୍ତେ ବିନାଶ କରାଯାଇଛି । ଶାସନ କ୍ଷମତା ନିର୍ଦ୍ଦିଷ୍ଟ ପରିବାରର ବିକାଶରେ ନିୟୋଜିତ ହୋଇଛି । ବାଲିଚୋରିର ପୃଷ୍ଠପୋଷକତା କରାଯାଉଛି । କଣ୍ଟିଘାଇ ଭଳି ଉତ୍କଟ ସମସ୍ୟାକୁ ଏଡାଇ ଦିଆଯାଇଛି । ବନ୍ଧବାଡ ଅଧୁରା ରହିଛି । କୃଷି, ଜଳସେଚନ ପ୍ରତି ଦୃଷ୍ଟି ଦିଆଯାଇନାହିଁ । ଦୁର୍ନୀତି ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି । ଓଡିଶାରେ ପ୍ରତ୍ୟେକଟି ନିର୍ବାଚନମଣ୍ଡଳୀରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବାରୁ ଆଗାମୀ ନିର୍ବାଚନରେ ଓଡିଶା ଶାସନରେ ପରିବର୍ତ୍ତନ ଅବସମ୍ଭାବୀ ବୋଲି ମତପୋଷଣ କରିଛନ୍ତି ।

ପଞ୍ଚାୟତ ସଭାପତି ଲଳିତ ବେଉରିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ଦଳର ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ଗଣେଷ ପ୍ରସାଦ ଭାରତୀ, ଜୋନ ସଭାପତି ନାରାୟଣ ଚନ୍ଦ୍ର ବେହେରା, ବାଲିପୋଖରୀ ସରପଞ୍ଚ ଅକ୍ଷୟ କୁମାର ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ କୁମାର ସାହୁ, ଯୁବନେତା ବିଜୟ ଶଙ୍କର ମହାନ୍ତି, ସମିତି ସଭ୍ୟା ମାମିଲତା ଜେନା, ନାରାୟଣ ଚନ୍ଦ୍ର ଘଡାଇ ଯୋଗଦେଇ ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି ସହ କଠିନ ପରିଶ୍ରମ କରି ଦଳକୁ ଆଗାମୀ ନିର୍ବାଚନରେ ବିଜୟୀ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର କୁମାର ବେହୁରିଆ, ବ୍ରଜକିଶୋର ମଲ୍ଲିକ, ଅଶୋକ ନାୟକ, ଧରିତ୍ରୀ ଯେନା, ସୁବୋଧ ସାମଲ, ଜ୍ୟୋସ୍ନାରାଣୀ ଯେନା, ପବିତ୍ର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଦାସ(ପପୁ) ପ୍ରମୁଖ ସଭାରେ ଯୋଗଦେଇଥିଲେ । ଏହି ଅବସରରେ ନାରାୟଣ ଯେନା, ଧିରେନ୍ଦ୍ର ନାୟକ, ଧନଞ୍ଜୟ ଦାସ, ହିରହର ଦାସ, ରାମଚନ୍ଦ୍ର ଦାସ, ଧନଞ୍ଜୟ ନାୟକ, ସହଦେବ ଶଙ୍ଖୁଆ, ମାଧବ ଯେନା, କାଶୀନାଥ ଦାସ ସମେତ ୧୦ଟି ପରିବାର ଅନ୍ୟଦଳ ପରିତ୍ୟାଗ କରି କଂଗ୍ରେସରେ ଯୋଗଦେଇଥିଲେ । ଧିରେନ୍ଦ୍ର ନାୟକ, ବିବେକାନନ୍ଦ ମଲ୍ଲିକ, ସୁଶାନ୍ତ ବରାଳ, ବନ୍ଦନ ନାୟକ, ସୂର୍ଯ୍ୟମଣି ରାଉତ, ଶରତ ଜେନା, ମନୋଜ ସିଂ, ଶ୍ୟାମସୁନ୍ଦର ସାହୁ, ଲକ୍ଷ୍ମୀଧର ଦାସ, ଯଯାତି ଭୋଇ, ବସନ୍ତ ଜେନା, ଆଇନଜିବୀ ଅଲୋକ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।