Odiapua.com

ଷେଣ୍ଢତିରାରେ ଜନ ଆକ୍ରୋଶ ସମାବେଶ

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ବିଜେପି ବରଡେଶ୍ୱର ମଣ୍ଡଳ ପକ୍ଷରୁ ମହିଳା ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଫୁଲ ଗଢିଆ ଛକ ଠାରୁ ହଜାରେ ସଂଖ୍ୟାରେ ମହିଳା ଶୋଭାଯାତ୍ରାରେ ବାହାରି ଷେଣ୍ଢତିରା ବଜାରରେ ପ୍ରତିବାଦ ସଭାରେ ସାମିଲ୍ ହୋଇଥିଲେ । ମଣ୍ଡଳ ସଭାପତି ଇଂ. ପ୍ରମୋଦ ଜେନାଙ୍କ ତତ୍ୱାବଧାନରେ ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ କଂଗ୍ରେସ ଦଳ ସର୍ବଦା ମହିଳା ବିରୋଧି କହିଥିବା ବେଳେ ରାଜ୍ୟରେ ବିରୋଧୀ ଦଳ ବିଜେଡି ମହିଳା ସଂରକ୍ଷଣ ବିଲକୁ ବିରୋଧ କରି ମା ମାନଙ୍କ ପ୍ରତି ଅବିଚାର କରିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଶିକ୍ଷାବିିତ୍ ଭାସ୍କର ଚନ୍ଦ୍ର ପାଢୀ, ଆଇନଜିବୀ ମାଧବା ନନ୍ଦ ଦାସ, ପୂର୍ବତନ ସରପଚଂ ମନୋଜ ବିଶ୍ୱାଳ, ମିତାଲୀ ଜେନା, ଜିତେନ୍ଦ୍ର ନାୟକ, ଭାସ୍କର ସେନାପତି, ଗଦାଧର ସେନାପତି, କୃଷକନେତା ଶଙ୍କର୍ଷଣ ଜେନା, ଗୋବିନ୍ଦପୁର ସମିତି ସଭ୍ୟା ନିଳିମା ଖଟୁଆ, ଉନ୍ନତୀବାଳା ଦାସ, ସୁଦିପ୍ତ ଖିଲାର, ଲରେନ୍ସ ବେହେରା, ହରେକୃଷ୍ଣ ସେନାପତିି, ଗଜେନ୍ଦ୍ର ମହାନ୍ତି ପ୍ରମୁଖ କେନ୍ଦ୍ରର କଂଗ୍ରେସ ଓ ରାଜ୍ୟର ନବୀନ ସରକାର ବିରୋଧରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା ।