Odiapua.com

ଷାଠିବାଟୀ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମହରମପୁର ପଞ୍ଚାୟତ ଅଧୀନ ଷାଠିବାଟୀ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ବିଶ୍ୱାଳଙ୍କୁ ରବିବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଷାଠିବାଟୀ ଗ୍ରାମରେ ପ୍ରଧାନ ଶିକ୍ଷକ ଅଜୟ କୁମାର ମିଶ୍ର ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । । ଏହି ଉତ୍ସବକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଉପସଭାପତି ଅଶୋକ କୁମାର ରାଉତ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ତାପସ କୁମାର ବେହେରା, ମୁଖ୍ୟ ବକ୍ତା ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଜିଲା ସମ୍ପାଦକ ଉପେନ୍ଦ୍ର ବିଶ୍ୱାଳ, ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ପୂର୍ବତନ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅକ୍ଷୟ ବାରିକ, ପ୍ରଧାନ ଶିକ୍ଷକ ବଂଶୀଧର ପାଣିଗ୍ରାହୀ, ନକୁଳ ମଲ୍ଲିକ, ରାମଚନ୍ଦ୍ର ତ୍ରିପାଠୀ, ସଚିକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇ ଅବସର ପରେ ଶିକ୍ଷକମାନେ ସମାଜର ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ଗଙ୍ଗାଧର ରାଉତ, ସହ ସମ୍ପାଦକ ପ୍ରଦୀପ କୁମାର ରାଉତ, ସିଆରସିସି ଚନ୍ଦନ ପାତ୍ର ମନୋଜ କୁମାର ସିଂ, ନାଏବ ସରପଞ୍ଚଙ୍କ ପ୍ରତିନିଧି ଅଜୟ ବେହେରାଙ୍କ ସମେତ ଛାତ୍ରୀଛାତ୍ରମାନେ ବକ୍ତବ୍ୟ ଦେଇଥିଲେ । ଶିକ୍ଷାବିତ୍ ଭାଗିରଥି ପାଣିଗ୍ରାହୀ ଅତିଥି ପରିଚୟ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳଙ୍କୁ ସ୍କୁଲର ଶୁଭେଚ୍ଛୁ ରତ୍ନମଞ୍ଜରୀ ପଣ୍ଡାଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ତଥା ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ସହିତ ନୃତ୍ୟ ପରିବେଷଣ କରିଥିଲେ । ସ୍କୁଲର ସହକାରୀ ଶିକ୍ଷକମାନଙ୍କୁ ମଧ୍ୟ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ସୁଶାନ୍ତ ପତି, ଡମ୍ବରୁଧର ଲେଙ୍କା, ହରେକୃଷ୍ଣ ପାତ୍ର, ଜ୍ଞାନରଞ୍ଜନ ନାୟକ,ରବିନ୍ଦ୍ର ନାୟକ, ସୁଦର୍ଶନ ଦାସ, ସୁଶାନ୍ତ ନାୟକ, ଦେବାଶିଷ ପଣ୍ଡା, ରବିନ୍ଦ୍ର ନାୟକ, ବାଇଧର ପାତ୍ର, ହରେକୃଷ୍ଣ ଆଚାର୍ଯ୍ୟ, ରଶ୍ମିରଂଜନ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।