ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ଫାଣ୍ଡି ଅଧିନ ଓଳଗ ଷାଠିବାଙ୍କୁଡା ଗାଁରେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ଓ ଗ୍ରାମବାସୀ। ଶାସକ ଦଳର ଲୋକ ହତ୍ୟା କରିଥିବା ମୃତ ହାପିର ଭାଇ ଓ ପରିବାର ଲୋକ ଆଣିଛନ୍ତି ଅଭିଯୋଗ। ଏପରିକି ଘଟଣାର ପୁଲିସକୁ ଜଣାଇଲେ ମୃତକର ଭାଇକୁ ପୁଣି ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଘଟଣାକୁ ଚାପି ହତ୍ୟା କରିଥି୍ୱା ଲୋକ ଚଳାଇଥିଲେ ଉଦ୍ୟମ। ଏପରିକି ଆରଡି ଫାଣ୍ଡି ଅଧିକାରୀ ଏତଲା ନରଖିବା ସହ ପରିବାର ଓ ଗାଁ ଲୋକଙ୍କୁ ଆଇନଗତ ଧମକ ଦେଇଥିଲେ। ଏପରି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କୁ ଧରିବା ପାଇଁ ଗୁରୁବାର ସଂଧ୍ୟାରେ ଆରଡି ଫାଣ୍ଡି ଘେରାଉ କରିଥିଲେ ଗାଁର ୨ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ। ସୂଚନା ଅନୁଯାୟୀ ଷାଠିବାଙ୍କୁଡା ଗାଁର ସ୍ୱର୍ଗତ ସୁବଳ ମହାକୁଡ଼ଙ୍କ ପୁଅ ହାପି(୨୧)କୁ ଗତ ୧୭ତାରିଖ ବୁଧବାର ମଧ୍ୟାହ୍ନ ୧ ଟା ସମୟରେ ସେହି ଗାଁର ମୁନା ପଲାଇ ଓ ତାଙ୍କ ପୁଅ ସ୍ୱୟମ ପଲାଇ ପରିବାର ଲୋକ ଏକ ଜରୁରୀ କଥା ପାଇଁ ଘରକୁ ଡାକିଥିଲେ। ଏପଟେ ହାପିର ମା ଘରେ ରୋଷେଇ କରି ପୁଅର ଫେରିବା ବାଟକୁ ଅନାଇ ୍ୱସି ରହିଥିଲା। ହେଲେ କିଛି ଘଂଟା ପରେ ହାପିର ମା ଓ ୨ଭଉଣୀ ଜାଣିବାକୁ ପାଇଥିଲେକି ହାପି ମୁନା ପଲାଇଙ୍କ ବାଡ଼ିରେ ଥିବା ଏକ ଗଛରେ ଫାସି ଲଗାଇ ଆତ୍ମହତ୍ୟା କରିଛି। ପରିବାର ଲୋକ ଗାଁ ଲୋକଙ୍କ ମାଧ୍ୟମରେ ହାପିକୁ ଉଦ୍ଧାର କରିବା ସହ ଗାଁ ଲୋକ ପଂଚାୟତ ମୁରବୀଙ୍କ ପରାମର୍ଶରେ ହାପିର ଡାକ୍ତର ମାଇନା ନକରାଇ ଶବ ସତ୍କାର କରିଦେଇଥିଲେ। ହେଲେ ହାପିର ମୋବାଇଲିରୁ ଖୋଲିଥିଲା ମୃତ୍ୟୁର ରହସ୍ୟ । ହାପି ମୁନା ପଲାଇ ର ଝିଅକୁ ଦୀର୍ଘଦିନ ହେବ ଭଲ ପାଉଥିବାରୁ ମୁନା ପଲାଇର ପୁଅ ସ୍ୱୟମ ବାରମ୍ବାର ହାପିକୁ ମୋବାଇଲରେ ଧମକ ଦେବା ସହ ହ୍ୱାଟସପରେ ମେସେଜ ଦେଇଥିଲା। ତାହା ସହ ଗତ ୧୭ତାରିଖରେ ଘରକୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକ ଜାଣିବା ପରେ ହତ୍ୟା ଅଭିଯୋଗ ନେଇ ଆରଡି ଫାଣ୍ଡିରେ ଦ୍ୱାରସ୍ଥ ହୋଇଥିଲେ । ହେଲେ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଏତଲା ରଖିବା ତ ଦୂରର କଥା ଓଲଟି ଅଭିଯୋଗକାରୀଙ୍କୁ ଆଇନଗତ ଧମକ ଦେବା ସହ ଓଲଟି ମାମଲା ଦାୟର ପାଇଁ ଧମକ ଦେଇଥିଲେ। ଏପରି ଘଟଣାକୁ ଏକାଠି ହୋଇ ଗୁରୁବାର ସଂଧ୍ୟାରେ ଷାଠିବାଙ୍କୁଡା ଗାଁର ୨ଶହରୁ ଉର୍ଦ୍ଧ ମହିଳା ପୁରୁଷ ଆରଡି ଫାଣ୍ଡି ସମ୍ମୁଖରେ ଏତଲା ଗ୍ରହଣ କରିବା ସହ ନ୍ୟାୟ ଦେବା ଲାଗି ବସି ରହିଥିଲେ। ଅନ୍ୟପଟେ ମୁନା ପଲାଇ ଓ ତାଙ୍କ ପରିବାର ଲୋକ ଗାଁ ଛାଡି ଅନ୍ୟତ୍ର ପଳାଇଯାଇଥିବା ବିଶେଷ ସୁତ୍ରରୁ ଜଣା ପଡ଼ିଛି। ଖବର ଲେଖା ହେଲା ବେଳକୁ ଗାଁ ଲୋକ ଦୋଷୀକୁ ଧରିବା ସହ ମୃତକ ପରିବାରକୁ ନ୍ୟାୟ ଦାବିରେ ଆରଡି ଫାଣ୍ଡି ସମ୍ମୁଖରେ ବସି ରହିଛନ୍ତି।