Odiapua.com

ଷଣ୍ଢ ଚାଲାଣ ବେଳେ ଚାଳକ ଅଟକ,୧୫ଟି ଷଣ୍ଢ ଉଦ୍ଧାର

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଷଣ୍ଢ ଚଲାଣ ହେଉଥିବା ବେଳେ ସଂପୃକ୍ତ ଗାଡି ଚାଳକ ଙ୍କୁ ବାଂଶଡା ଥାନାରେ ଜିମା ଦିଆଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଯଶିପୁର ଠାରେ କିଛି ଦୁର୍ବୁତ ପ୍ରଥମେ ସେହି ଅଂଚଳର ୧୫ଟି ଷଣ୍ଢକୁ ଧରି ଗୋଟିଏ ସ୍ଥାନରେ ଅଟକ ରଖିଥିଲେ । ଆଜି ସେହି ଷଣ୍ଢ ଗୁଡିକୁ ଏକ ପାର୍ଶଳ ବୋଝେଇ (କଂଟେନର) ଟ୍ରକରେ ଭର୍ତି କରୁଥିବା ବେଳେ ସେହି ଅଂଚଳର କିଛି ଯୁବକ ସଂପୃକ୍ତ ଟ୍ରକର ଚାଳକକୁ ଅଟକ ରଖିଥିଲେ । ପରେ ସେହି ସ୍ଥାନୀୟ ଯୁବକ ମାନେ ସେହି କଂଟେନର ମଧ୍ୟରୁ ୧୫ଟି ଷଣ୍ଢକୁ ଉଦ୍ଧାର କରି ଛାଡି ଦେଇଥିଲେ ପରେ ସଂପୃକ୍ତ ଗାଡି ଚାଳକ ସେକ ସାଜିରୁଦିନ(୪୫) କୁ ଅଟକ ରଖିବା ସହ ବୋଝେଇ ହୋଇଥିବା କଂଟେନରକୁ ଆଣି ବାଂଶଡା ଥାନାରେ ଜିମା ଦେଇଥିଲେ । ଏ ନେଇ ବାଂଶଡା ଥାନାରେ ଏକ କେସ ରୁଜୁ ହୋଇଥିବା ବେଳେ ସଂପୃକ୍ତ ଗାଡିକୁ ପୁଲିସ ଜବତ କରିଛି । ସଂପୃକ୍ତ ଗାଡିଟି ଝାରସୁଗୁଡା ଅଂଚଳର ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।