Odiapua.com

ଷଣ୍ଢ ଉପରେ ଚଢିଗଲା ବାଲିଗାଡି

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କ ଗଳିପୋଲ ତଳେ ଶୋଇଥିବା ଏକ ବୁଲା ଷଣ୍ଢକୁ ବାଲିବୋଝେଇ ହାଇୱା ଗାଡି ବୁଧବାର ଅପରାହ୍ନରେ ଚଢାଇ ମାରିଦେଇଥିବା ଜଣାଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଅବଗତ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି ।