Odiapua.com

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ପତ୍ନୀକୁ ନେବା ପାଇଁ ସ୍ୱାମୀ ଆସିଥିବା ବେଳେ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଚରଦିଆ ପଂଚାୟତ ଅଧିନସ୍ଥ ଶୈଳେନ୍ଦ୍ରପଲ୍ଲୀ ଗ୍ରାମର ପ୍ରଦୀପ ବେହେରା ୨୦୦୮ ମସିହାରେ ଧାମରା ଥାନା ଅର୍ନ୍ତଗତ ନରସିଂହପ୍ରସାଦ ଗ୍ରାମର ରେଖାରାଣୀ ବେହେରାଙ୍କୁ ବୈଦିକ ମତେ ବିବାହ କରିଥିଲେ । ଦୀର୍ଘଦିନ ହେବ ରେଖାରାଣୀ ନିଜ ବାପଘରେ ରହି ଆସୁଥିବା ବେଳେ ଗତ ୨୯ ତାରିଖ ଦିନ ପ୍ରଦୀପ ରେଖାରାଣୀକୁ ନେବାକୁ ନିଜ ଶ୍ୱଶୁର ଘରକୁ ଆସିଥିଲେ । ଆଗରୁ ଶ୍ୱଶୁର ଘର ସହ ମନୋମାଳିନ୍ୟ ଥିବା ବେଳେ ଏହି କଥାକୁ ନେଇ ପ୍ରଥମେ ଶ୍ୱଶୁର ଘର ଲୋକଙ୍କ ସହ ବଚସା ହୋଇଥିଲା । ପରେ ଶ୍ୱଶୁର ଘର ଲୋକେ ପ୍ରଦୀପକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଅତର୍କିତ ଆକ୍ରମଣରେ ପ୍ରଦୀପଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ ଦେହରେ ମଧ୍ୟ ଆଘାତ ଲାଗିଥିଲା । ପ୍ରଦୀପ ପ୍ରଥମେ ଯାଇ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଧାମରା ଥାନାରେ ଶ୍ୱଶୁôର ଘର ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷରେ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ପ୍ରଦ୍ୱୀପଙ୍କ ଶ୍ୱଶୁର ଘର ଲୋକେ ପ୍ରଦ୍ୱୀପ ନିଜର ସ୍ତ୍ରୀକୁ ବହୁ ଦିନ ହେବ ଶାରିରୀକ ତଥା ମାନସିକ ଯନ୍ତ୍ରଣା ଦେଇ ଆସୁଥିବା ବେଳେ ଦୀର୍ଘ ଦିନ ହେବ ସ୍ୱାମୀ ସ୍ତ୍ରୀଙ୍କ ମନୋମାଳିନ୍ୟ ଯୋଗୁଁ ରେଖାରାଣୀ ନିଜ ବାପ ଘରେ ରହି ଆସୁଥିବା ଜଣାଯାଇଛି ।