ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ସମିତିରେ ଧାନମଣ୍ଡିକୁ ସଭାପତି ଭୀମସେନ ପ୍ରଧାନ ଉଦଘାଟନ କରିଥିଲେ କ୍ଷ ସମ୍ପାଦକ କାଳନ୍ଦୀ ଚରଣ ଦାସ, ଚାଷୀ କମିଟିର ରମାକାନ୍ତ ଦାସ, ଲଷ୍ମଣ ଦାସ, ସୁବାଶିଷ ଦାସ,ସୁରଥ ଦାସ, କବିତା ଦାସ, ରାଜୀବ ରାଉତ,ମୁରଲୀଧର ମଳିକ, ଚାଷୀ ଅନନ୍ତ ଦାସ, ମନ୍ମଥ ରାଉତ, ଦେବେନ୍ଦ୍ର ପ୍ରଧାନ ,ରୋଷନ ଦାସ, ପ୍ରମୁଖ ଉପସ୍ଥିତ ଥିଲେ । ସମିତିରେ ୧୦୬୬ପଞ୍ଜିକୃତ ଚାଷୀ ଥିବାବେଳେ ମାତ୍ର ୬୦ ପ୍ରତିଶତ ଚାଷୀଙ୍କୁ ଟୋକାନ ମିଳିଥିବା ଜଣାଯାଇଛି । ତେବେ ମଣ୍ଡି ଖୋଲିଥିଲେ ମଧ୍ୟ ଧାନ ସଂଗ୍ରହ ହୋଇପାରୁନଥିବାରୁ ଚାଷୀମାନେ ବାଧ୍ୟ ହୋଇ ବାହାର ରାଜ୍ୟର ବେପାରୀମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ନିଜର ଗୁଜରାଣ ମେେଂଟଇବାକୁ ଚାଷୀମାନେ କମ ମୂଲ୍ୟରେ ଧାନବିକି ଶୋଷଣର ଶିକାର ହେଉଥିବା ଜଣାଯାଇଛି । ତେବେ ତୁରନ୍ତ ମଣ୍ଡି ସହ ରାଇସମିଲଗୁଡି଼କୁ ଟ୍ୟାଗ କରାଯିବା ସହ ସବୁ ଚାଷୀଙ୍କ ପାଇଁ ଟୋକନ ଯୋଗାଇ ଦିଆଯିବା ଦିଗରେ ପଦକ୍ଷେପ ନେବାକୁ ଚାଷୀ ମହଲରୁ ଦାବି ହୋଇଛି ।