Odiapua.com

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତ ବାର୍ଷିକ ଉପଲକ୍ଷେ ଶୋଭାଯାତ୍ରା

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଶୁଭ ଜନ୍ମ ଶତ ବାର୍ଷିକ ଉପଲକ୍ଷେ ଏକ ଶୋଭାଯାତ୍ରା ସ୍ଥାନୀୟ ମା ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ଠାରୁ ଆରମ୍ଭ ହୋଇ ସମଗ୍ର ସହରଟିକୁ ପରିକ୍ରମା କରି ସତ୍ୟସାଇ ମନ୍ଦିରରେ ଆରତୀ ଅର୍ପଣ କରାଯାଇ ସମାପ୍ତ ହୋଇଥିଲା। ସତ୍ୟସାଇ ବାବାଙ୍କୁ ଏକ ସୁଶୋଭିତ ରଥରେ ବସାଇ ଭକ୍ତମାନେ ଭଜନ ଗାନ କରି ସମଗ୍ର ସହର ପରିବେଶକୁ ଭକ୍ତିମୟ କରିଦେଇଥିଲେ। ଇତି ଅବସରରେ ସାଇଜିଲା ଭଦ୍ରକ -୨ ର ଜିଲ୍ଲା ସଭାପତି, ରାଜ୍ୟ ଗ୍ରାମ ସେବା ନିର୍ବାହକ ବିଷ୍ଣୁ ମୋହନ ନାୟକ ସତ୍ୟସାଇ ବାବାଙ୍କ ମିଶନ ବାର୍ତା, ମାନବ ସମାଜକୁ ତାଙ୍କ ଅବଦାନ ଏବଂ ସମଗ୍ର ବିଶ୍ୱକୁ ଏକ ପରିବାର କରିବାର ସଂକଳ୍ପ ସମ୍ବଳିତ ଏକ ସ୍ମାରକ ପତ୍ର ବିଡ଼ିଓ, ତହସିଲଦାର ଓ ଆରକ୍ଷୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଘେଂଟଶ୍ୱର ସତ୍ୟ ସାଇ ସେବାସମିତି ଓ ଚାନ୍ଦବାଲି ସତ୍ୟସାଇ ସେବାସମିତିର ଅନେକ ଭକ୍ତଗଣ ଯୋଗଦାନ କରିଥିଲେ।