Odiapua.com

ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରର ୭ ଦିନ ବ୍ୟାପି ବାର୍ଷିିକୋତ୍ସବ : ନିରାଡମ୍ବରଭାବେ ପାଳିତ

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଦମ୍ବବେଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରର ୭ ଦିନ ବ୍ୟାପି ବାର୍ଷିକୋତ୍ସବ ପାଳିତ ହେଉଛି ି । ପ୍ରକାଶ ଯେ ,୧୮୭୫ମସିହାଠାରୁ ରଜସଂକ୍ରାନ୍ତି ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ନିଧିଚରଣ ବାରିକଙ୍କ ଘରୁ ମହାସମାରୋହରେ ଶୋଭାଯାତ୍ରା ସହ ବିଜେସ୍ଥଳୀରେ ବିଜେ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ବିଶ୍ୱର ମହାମାରୀ ଚରୋନା ପାଇଁ ଏଥର ନିରାଡମ୍ବରଭାବେ ପାଳିତ ହଉଛି ବୋଲି କମିଟିର ସଭାପତି ବାଇଧର ସାହୁ,ସଂପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ(ସିଲୁ) ପ୍ରକାଶ କରିଛନ୍ତି । ସଂକ୍ରାନ୍ତି ଦିନ ଜୀବନ୍ୟାସ, ପୂଜାର୍ଚ୍ଚନା ସଂଗେସଂଗେ ୨୦ ଜଣ ବ୍ରାହ୍ମଣ ନିମନ୍ତ୍ରୀତ ହୋଇ ସଂପୂର୍ଣ୍ଣ ଭାଗବତ ପାରାୟଣ କରିଥାନ୍ତି କିନ୍ତୁ ଏଥର ସାମାଜିକ ଦୂରତା କୁ ଲକ୍ଷ୍ୟରଖି ଏହାକୁ ସୀମିତ ଭାବେ ସରକାରୀ ନିୟନମାନୁବଳୀ ଅନୁସାରେ ରଖାଯାଇଛି ବୋଲି କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ବାରିକ ,(ମଣ୍ଟୁ)ଆବାହକ ତଥା ଉପଦେଷ୍ଟା ରବି ନାରାୟଣ ଖିଲାର ,ଉପଦେଷ୍ଟା ସୁରଜ ପାଲ ପ୍ରକାଶ କରିଛନ୍ତି । ତାପରଦିନଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଇଥାଏ ଷଷ୍ଠ ଦିନରେ ଠାକୁରଙ୍କ ମହାପ୍ରସାଦ ସେବନ ସହ ଏବଂ ସପ୍ତମ ଦିବସରେ ଠାକୁର ଜଳାଶାୟୀ ହୋଇଥାନ୍ତି । ଏହି ସାତଦିନରେ ଜିଲ୍ଲାର କୋଣ ଅନୁକୋଣରୁ ଆବାଳବୃଦ୍ଧବନିତା ହଜାରହଜାର ସଂଖ୍ୟାରେ ଉପସ୍ଥିତ ରହି ପ୍ରଭୂଙ୍କ ଆଶିର୍ବାଦ ଭିକ୍ଷା କରିଥାନ୍ତି । । ଭଦ୍ରକ ଜିଲ୍ଲାର ଏହା ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ।ବହୁ ରାଜନେତା ଙ୍କ ସମେତ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଏହି ଉତ୍ସବରେ ଯୋଗଦେଇଥାନ୍ତି । ବ୍ୟକ୍ତି ସମୂହଙ୍କ ଉପସ୍ଥିତି ସମାରୋହର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥିଲା । ଯଦିଓ ପୂଜା ଯଥାବିଧିଅନୁଯାୟୀ ହେଉଛି କିନ୍ତି କରୋନା ପାଇଁ ଏଥର ଫିକା ପଡିଲା ଏହି ପୂଜା ଉତ୍ସବ । ଏହି ଉତ୍ସନର ଅନ୍ୟତମ ପୁରୋଧା ତଥା ଉପଦେଷ୍ଟା ରବୀନ୍ଦ୍ର ପ୍ରସାଦ ବାରିକ , ଚିଦାନନ୍ଦ ବାରିକ (ମୁନା )ଅନନ୍ତ ବାରିକ ,ଭୀମସେନ ମାହଲ ,ଜୟଚନ୍ଦ୍ର ପୃଷ୍ଟି,ରଣା ବାବୁ.ଦୈôତାରୀ ବେହେରା,ମଦନ ମୋହନ ବାରିକ ,ରାଜେନ୍ଦ୍ର ପୃଷ୍ଟି କିଶୋର ବେହେରା ,ଜଗବନ୍ଧୁ ନାସନ୍ତ,ପ୍ରମୁଖଙ୍କ ତତ୍ୱାବଧାନରେ ଚାଲୁରହିଛି ।