ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଦମ୍ବବେଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରର ୭ ଦିନ ବ୍ୟାପି ବାର୍ଷିକୋତ୍ସବ ଶେଷ ହୋଇଯାଇଛି । ଆଜି ଠାକୁରଙ୍କ ଭସାଭି ଉତ୍ସବ । ଭଦ୍ରକ ଜିଲ୍ଲାର ଏହା ଏକ ସର୍ବପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ସୂଚନାଯୋଗ୍ୟ ଯେ ,ଗତ ୧୮୭୫ମସିହାଠାରୁ ରଜସଂକ୍ରାନ୍ତି ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ନିଧିଚରଣ ବାରିକଙ୍କ ଘରୁ ମହାସମାରୋହରେ ଶୋଭାଯାତ୍ରା ସହ ବିଜେସ୍ଥଳୀରେ ବିଜେ କରିଥାନ୍ତି । କରୋନା କଟକଣା ନୁଯାୟୀ ଏହିପୂଜା ଗତବର୍ଷଭଳି ଚଳିତ ବର୍ଷ ନିରାଡମ୍ବରଭାବେ ପାଳିତ ହୋଇଛି । ସଂକ୍ରାନ୍ତି ଦିନ ଜୀବନ୍ୟାସ, ପୂଜାର୍ଚ୍ଚନା ସଂଗେସଂଗେ ୨୦ ଜଣ ବ୍ରାହ୍ମଣ ନିମନ୍ତ୍ରୀତ ହୋଇ ସଂପୂର୍ଣ୍ଣ ଭାଗବତ ପାରାୟଣ ସେହିଦିନ ମଧ୍ୟରେ ସଂପୂର୍ଣ୍ଣ ହୋଇଥାଏ । ତାପରଦିନଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଇଥାଏ । ଷଷ୍ଠ ଦିନରେ ଠାକୁରଙ୍କ ମହାପ୍ରସାଦ ସେବନ ସହ ଏବଂ ସପ୍ତମ ଦିବସରେ ଠାକୁର ଜଳାଶାୟୀ ହୁଅନ୍ତି । ଏହି ସାତଦିନରେ ଜିଲ୍ଲାର କୋଣ ଅନୁକୋଣରୁ ଆବାଳବୃଦ୍ଧବନିତା ହଜାରହଜାର ସଂଖ୍ୟାରେ ଉପସ୍ଥିତ ରହି ପ୍ରଭୂଙ୍କ ଆଶିର୍ବାଦ ଭିକ୍ଷା କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଏହା କରା ନଯାଇ ସୀମୀତ ଭାବରେ ନିରାଡମ୍ବରଭାବରେ ପୂଜାର୍ଚ୍ଚନା କରାଯାଇଛି । କମିଟିର ସଭାପତି ବାଇଧର ବେହେରା,ସଂପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ, ଉପଦେଷ୍ଟା ଚିଦାନନ୍ଦ ବାରିକ,କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ବାରିକ, କୋଷାଧ୍ୟକ୍ଷ ଅନନ୍ତ ବାରିକ,ଆବାହକ ସାମ୍ବାଦିକ ରବି ନାରାୟଣ ଖିଲାର ,ଶିକ୍ଷାବିତ ବାଇଧର ସାହୁ.ଉପଦେଷ୍ଟା ସୁରଜିତ ପାଳ ,ଭୀମ ମାହଲ,ବାବୁଲା ପୃଷ୍ଟି ,ରାଜେନ୍ଦ୍ର ପ୍ରସାଦ ବାରିକ,ଅନନ୍ତ ନାୟକ,ଦୈତାରୀ ବେହେରା ,ବାବୁ ପୃଷ୍ଟି ,ସୁଶାନ୍ତ ନାୟକ.ଦିଲିପ ଦାସ ପ୍ରମୁଖ କର୍ମକତ୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯାଦବ ମହାସଭାର ରାଜ୍ୟ ସଂପାଦକ ଅମର ନାୟକ,ସାମ୍ବାଦିକ ଜ୍ଞାନପ୍ରକାଶ ପାଣି,ସମେତ ସହରର ବହୁ ବୁଦ୍ଧିୀବୀ ବୀ,ସାମ୍ବାଦିକଯୋଗଦେଇ ପ୍ରସାଦ ସେବାନ କରିଥିଲେ । ଚଳିତବର୍ଷ କରୋନାକଟକଣା ପାଇଁ ପ୍ରସାଦସେବନ ପାର୍ସଲ ଜରିଆରେ ଭକ୍ତମାନଙ୍କୁ ଦିଆଯାଇଥିଲା ।