ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ମୁନିସିପାଲଟି ୱାର୍ଡ ନମ୍ବର ୧୪ ର ଇସ୍କନ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଦେବ ଓ ଗୈାର ଗୋପାଳଙ୍କ ର ନୂତନ ଭବ୍ୟ ମନ୍ଦିର ଉନ୍ମୋଚନ ଓ ଶ୍ରୀ ବିଗ୍ରହଙ୍କ ର ପ୍ରାଣ ପ୍ରତିଷ୍ଠା ଉତ୍ସବ କୁଆଁସ ଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସକାଳ ୬ ଘଟିକାରେ ଶ୍ରୀ ବିଗ୍ରହ ଜାଗରଣ, ନ୍ୟାସ ହୋମ ଯଜ୍ଞ, ମହାଭିଷେକ ଓ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା। ୧୨ ଘଟିକାରେ ଶ୍ରୀମଦ୍ ଜୟ ପତାକା ସ୍ୱାମୀ ମହାରାଜ, ଶ୍ରୀମଦ୍ ଲୋକନାଥ ସ୍ୱାମୀ ମହାରାଜ ଏବଂ ବହୁ ସନ୍ୟାସୀ ପ୍ରଭୁଜିଙ୍କ ଦ୍ୱାରା ବିଶେଷ ହରିକଥା ପରେ ଶ୍ରୀବିଗ୍ରହଙ୍କ ପ୍ରଥମ ନବଯୌବନ ଦର୍ଶନ, ଶ୍ରୀଚକ୍ର ପ୍ରତିଷ୍ଠା କରାଯାଇଥିଲା। ଏହାପରେ ସନ୍ଧ୍ୟା ୭ ଘଟିକାରେ ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବିଶେଷ ଦୀପଦାନ ଉତ୍ସବ ସମ୍ପନ୍ନ ହୋଇଥିଲା।