Odiapua.com

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପାଳନ କଲା ଅଷ୍ଟମ ଦୀକ୍ଷାରମ୍ଭ ଉତ୍ସବ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ତାର ଅଷ୍ଟମ ଦୀକ୍ଷାରମ୍ଭ ଉତ୍ସବ ୩୧ ଜୁଲାଇ ୨୦୧୯ ପାଳନ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗ ଯେପରିକି ବାଣିଜ୍ୟ, ପ୍ରବନ୍ଧନ, କୃଷିବିଦ୍ୟା, ଆର୍କିଟେକ୍ଚର, ଯୋଗ,, ସାମ୍ବାଦିକତା, ଚିତ୍ରକଳା, ଓଡିଶୀ ନୃତ୍ୟ, କମ୍ପୁଟର, ଡାଟା ସାଇନ୍ସ, ଇଂରାଜୀ ଓ ସଂସ୍କୃତ ବିଷୟ ରେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରୁଅଛି।

୮ ବର୍ଷ ର ମଧ୍ୟ ରେ ଏହି ବିଶ୍ୱବିଦ୍ୟାଳୟ ରେ ୨୦୦୦ ରୁ ଅଧିକ ଛାତ୍ର ଛାତ୍ରୀ ଅଧୟନରତ ଅଛନ୍ତି।ଏହି ବର୍ଷ ଇନ୍ତ୍ରୀଗଟେଡ଼ ଏମ ବି ଏ, ଏମ କମ, ବି ଏ ସି ଓ ଏମ ଏ ସି ଡାଟା ସ।ଇନ୍ସ, ଏମ ଏ ସି (ଅପ୍ପଲିଏଡ଼ ମ୍ୟାଥ ), ବି ଏ ସି (ଏଗରୀ ବିଜେନେସ) ବି ଏ ସି (ପଦାର୍ଥ ବିଜ୍ଞାନ), ଏମ ମେ (ଇଂରାଜୀ ) ଏବଂ ଏମ କମ ପରି ୮ ଟି ନୂଆ ବିଭାଗ ୨୦୧୯ ରେ ଶୈକ୍ଷିକ ବର୍ଷ ଆରମ୍ଭ କରିଛନ୍ତି।

ଏହି ସମାରୋହ ମନ୍ତ୍ର ପାଠ ଦ୍ୱାରା ଶୁଭାରମ୍ଭ କରିଆଈଥିଲା ଓ ଏହା ପରେ ଓଡିଶୀ ନୃତ୍ୟ ଓ ଯୋଗ ବିଭାଗ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ।କୁଳପତି ଡ଼ ଅଜୟ କୁମାର ସିଂ ତାଙ୍କ ପ୍ରୋତ୍ସାହନକ ମୂଳକ ଭାଷଣ ଦେଇ ରେ ଛାତ୍ର ମାନଙ୍କୁ ସର୍ବାଧିକ ପ୍ରସନତା ପ୍ରଦାୟକ ବିଶ୍ୱବିଦ୍ୟାଳୟ ପରିସରକୁ ସ୍ୱାଗତ କରିଥିଲେ।

ଆଜିର କାର୍ୟ୍ୟକ୍ରମ ରେ ରାଜସ୍ବ ଓ ବିପର୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଭାପ୍ରସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନକୁଁ ଜୀବନର ଉପଯୁକ୍ତ ନୀତି ଆଦର୍ଶ ଉପରେ ଉପଦେଶ ଦେଏଇଥିଲେ ଓ ଏହି ନୀତି କୁ ଅବଲମ୍ବନ କରି ଏକ ଉନ୍ନତ ଦାୟିତ୍ୱବାନ ନାଗରିକ ହେବାକୁ ପରାମର୍ଶ ଦେଏଇଥିଲେ।ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରଜିତା କୂଳକରଣୀ କହିଥିଲେ ଜୀବନ ରେ ଶ୍ରେଷ୍ଠତ୍ଵ ପ୍ରାପ୍ତି ପାଇଁ ୫ ଟି ବିଷୟ ସମ୍ପର୍କରେ ଅବଗତ କରାଇଥିଲେ ଏହା ମଧ୍ୟରୁ ସମାଲୋଚନାମୁଲକ ଚିନ୍ତାଧାରା, ସମ୍ପର୍କ, ମିଳିତ ସହଯୋଗ, ରଚନାତ୍ମକ, ସ୍ନହାନୁଭୁତି।ଏହି ମୂଳମନ୍ତ୍ର ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ଉଚିତ ମାର୍ଗଦର୍ଶନ କରେଇବ।

କାର୍ମିକ ନିର୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା ଓ ଡ଼ ବିରାଟ ଚିରନିଆ, ଶିକ୍ଷକ, ଆର୍ଟ ଅଫ ଲିଭିଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ପରିବାରକୁ ନୂତନ ଛାତ୍ରଛାତ୍ରୀ ମାନଂକୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଏନ ଏସ ଏସ ଶାଖା ଉନ୍ମୋଚିତ ହୋଇଥିଲା ଏବଂ ସି ଆଇ ଆଇ, ଭୁବନେଶ୍ୱର ଶାଖା ସହ ଏକ ମ ଓ ଓଉ ସ୍ଵାକ୍ଷର ହୋଏଥିଲା।ପରିଶେଷ ରେ କୂଳସଚିବ କମୋଡର ଘନଶ୍ୟାମ ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀଯୁକ୍ତ ରତ୍ନାକର ତ୍ରିପାଠୀ ଅଭିଭାବକ ଓ ବଂଶୀବାଦକ କହିଥିଲେ ଯେ ତାଙ୍କ ର କନ୍ୟା ପ୍ରଥମ ଥର ପାଇଁ ଛାତ୍ରୀବାସ ରେ ରହି ଅଛି ସେଥିପାଇଁ ସେ ବ୍ୟସ୍ତ ରହୁଥିଲେ କିନ୍ତୁ ଏଠିକାର ପରିବେଶ ଓ ଆଜିର ମଞ୍ଚଆସୀନ ଅତିଥି ମାନଙ୍କ ବକ୍ତବ୍ୟ ଶୁଣି ସେ ଆଶ୍ୱସ୍ତ ଅନୁଭବ କରୁଛନ୍ତି।

ପ୍ରବନ୍ଧନ ବିଭାଗର ର ଛାତ୍ରୀ ସୁଶ୍ରୀ ଦୀକ୍ଷା କାଜରୀଆ କହିଥିଲେ କି ଆଜିର ଦୀକ୍ଷାରମ୍ଭ ଉତ୍ସଵ ବହୁତ ପ୍ରେରଣାଦାୟୀ ରହିଥିଲ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୨୦୧୨ ମସିହା ରେ ଆଧ୍ୟାତ୍ମିକ ଗୁରୁ ତଥା ଶାନ୍ତି ଦୂତ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଦ୍ଵାରା ପ୍ରତିଷ୍ଠା ହୋଇ ପୂର୍ବ ଓ ପାଶ୍ଚତ୍ୟ ର ଅପୁର୍ବ ସମାଗମ ରେ ନୂତନ ଧରଣ ଶିକ୍ଷାପ୍ରଦାନ କରୁଅଛି।