ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ଧଗାଁ ପଂଚାୟତ କାଳିଦାସପୁର ଗ୍ରାମରେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ମହାଦେବ ମନ୍ଦିର,ହରିହାଟ ପୀଠ ଏବଂ ପ୍ରଭୁ ସଂକଟ ମୋଚନ ହନୁମାନ ମନ୍ଦିର ରୁ ଚୋରି ହୋଇଯାଇଛି। ସକାଳେ ମନ୍ଦିର ରେ ମାଇକ ବଜାଇ ବାକୁ ଆସି ଦେଖିଲା ବେଳକୁ ତାଲା ଭଙ୍ଗା ହୋଇ ପଡିଛି। ଗାଁ ର ଲୋକ ମାନେ ଆସି ଦେଖନ୍ତି ତ ମନ୍ଦିର ରେ ଥିବା ମାଇକ୍ ମେସିନ, ହୁଣ୍ଡି ଦାନବାକ୍ସ, ହରିହାଟ ଘର ଥିବା ମାଇକ୍ ମେସିନ, ହନୁମାନ ଙ୍କ ଘଂଟା କୁ ଦୁର୍ବୁତ ମାନେ ଚୋରି କରି ନେଇଛନ୍ତି।ଏ ବିଷୟରେ ଭଦ୍ରକ ଗ୍ରାମାଂଚଳ ଥାନା କୁ ଅବଗତ କରା ଯାଇଥିଲେ। ଖବର ପାଇ ଗ୍ରାମାଂଚଳ ପୁଲିସ ଆସି ଘଟଣା ର ପ୍ରାଥମିକ ତଦନ୍ତ କରି ଛନ୍ତି। ଦେଖିବାକୁ ବାକି ରହିଲା ଚୋର ଧରିବାରେ ପୋଲିସ କେତେ ସକ୍ରିୟ ରହୁଛି। ଏହାର କିଛି ଦିନ ପୂର୍ବରୁ ବନ୍ଧଗାଁ ରେସି କନଭେଂଟରୁ ଚୋରି ହୋଇଥିଲା। ଗ୍ରାମାଂଚଳରେ ପୁଲିସ ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବି ହେଉଛି।