Odiapua.com

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ତମ ଜନ୍ମ ମହୋତ୍ସବ

 

ମାଲକାନଗିରି,୧୦ା୨ (ଓଡିଆ ପୁଅ ) ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୨ତମ ଜନ୍ମ ମହୋତ୍ସବ ଆଡମ୍ବ ସହକାରେ ମାଲକାନଗିରି ଜିଲ୍ଲାସଦର ମହକୁମା ନାକଟି ମା ମଇଦାନ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲିକତାର ପରେଶ ରାୟ,ଝାଡଖଣ୍ଡର ସୁନିଲ ଦେବନାଥ,ପ୍ରଫୁଲ ସରକାର, ମୟୁରଭଜଂର ଖଗେନ୍ଦ୍ର ସାହୁ, ଭୁବନେଶ୍ୱରୁ ଶେଷ ଧର ସାମନ୍ତରାୟ,ମାଲକାନଗିରିର ଅଶୋକକୁମାର ମଣ୍ଡଳ,ନାରାୟଣଦାଶ,ସନ୍ତୋଷଦାଶ,ବିକାଶ ପ୍ରଧାନ,କୌଳାସ ସାମଲ,ମୋହନରାୟ,ବାବୁଲା ସବତ,କମଳାକାନ୍ତ ଜେନାମଣି, ଜୟନ୍ତକୁମାରପଣ୍ଡା,ଜୟପୁରର ବିନୋଦ ମହାପାତ୍ର,ରମେଶ ତ୍ରୀପାଠୀ ,ଅଶୋକ ଗାୟନୀ ପ୍ରମୁଖ ରିତିକ,ଜୟଗୁରୁ ଭକ୍ତ ମାନେ ଯୋଗଦେଇ ଶ୍ରୀଶ୍ରୀ ଠାକୁରଙ୍କ ଧର୍ମବାଣୀ,ପ୍ରବଚନ,ନାମସଂଙ୍କିର୍ତନ କରିଥିଲେ । ମାଲକାନଗିରି ବସଷ୍ଟାଣ୍ଡ ଠାରେ ଥିବା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମନ୍ଦିର ପ୍ରାଙ୍ଗଣରୁ ଶ୍ରୀ ଠାକୁର ଙ୍କୁ ସୁସଜିତରଥରେ ବିରାଜମାନକରି ସୋଭାଯାତ୍ରାରେ ସହରପରିକ୍ରମା ସହ ସଭାସ୍ଥଳକୁ ନିଆଯାଇଥିଲା । ଏହି ଉତ୍ସବରେ ପ୍ରାୟ ୧୦ହଜାରରୁ ଉର୍ଦ୍ଦ ଶ୍ରଦ୍ଦାଳୁଭକ୍ତଙ୍କ ସମାଗମ ହୋଇଥିଲା । ସମସ୍ତ ଭକ୍ତମାନଙ୍କ ପାଇଁ ଆନନ୍ଦବଜାର କାର୍ଯ୍ୟକ୍ରମରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।