Odiapua.com

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ୧୩୨ତମ ଆର୍ବିଭାବ ମହୋତ୍ସବ

ଜଗତସିଂହପୁର ତା ୨୬/୧୨ (ଓଡିଆ ପୁଅ/ନୃସିଂହ ଚରଣ ବାରିକ) – ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ଥ ରାହାମା ସତସଙ୍ଗବିହାର ଠାରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନକୁଳଚନ୍ଦ୍ରଙ୍କର ୧୩୨ତମ ଆର୍ବିଭାବ ଉତ୍ସବ ଓ ସତସଙ୍ଗବିହାରର ବାର୍ଷୀକ ଉତ୍ସବ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ବେଦ ମାଙ୍ଗଳିକ, ପ୍ରାର୍ଥନା, ସଦଗ୍ରନ୍ଥ ପାଠ, ପରେପରେ ତିର୍ତୋଲ ଆଦିକବି ଶାରଳାଦାସ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ସ୍ୱସ୍ଥୀପତକା ଉତୋଳନ କରାଯାଇଥିଲା।ରଥାରୁଢ ଶ୍ରୀ ବିଗ୍ରହଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନଗରପରିକ୍ରମା କରାଯାଇଥିଲା। ସଙ୍ଗୀତାଞ୍ଜଳୀ, କିଶୋର ସତସଙ୍ଗ, ମାତୃସମ୍ମିଳନୀ, ସନ୍ଧ୍ୟା ପ୍ରାର୍ଥନା ସହିତ ସତସଙ୍ଗ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସତସଙ୍ଗରେ ଉତ୍ସବ କମିଟିର ସଭାପତି ସ.ପ୍ର.ଇ ଡମ୍ବରୁଧର ଦାସ ସଭାପତିତ୍ୱ କରିଥିବା ବେଳେ ସ.ପ୍ର.ଇ ହୃଷିକେଷ ଆଚାର୍ଯ୍ୟ, ବିନାୟକ ମହାପାତ୍ର, ସତ୍ୟବାନ ତ୍ରିପାଠୀ, ନିରୋଦ ଆଚାର୍ଯ୍ୟ, ଦିପକରଞ୍ଜନ ରାଜଗୁରୁ, ପ୍ରଶାନ୍ତ ମହାପାତ୍ର, ସୁରେନ୍ଦ୍ର ଷଢଙ୍ଗୀ, ରତ୍ନାକର ନାୟକ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଆଲୋଚକ ଭାବେ ଇଂ କୁମୁନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ସାଧୁସଙ୍ଗ, ସତସଙ୍ଗ ସମାଜର ପରିବର୍ତ୍ତନରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଠାକୁର ଅନୁକୁଳ ଚନ୍ଦ୍ରଙ୍କର ଦିବ୍ୟବାଣୀ, ଭାବଧାରା ଆଜିର ସମାଜକୁ ଶୃଙ୍ଖଳିତ କରି ଏକ ଆଧ୍ୟାମିôକ ପରିବେଶର ଉଦ୍ରେକ କରିପାରିବ ବୋଲି କହିଥିଲେ। ଜିଲ୍ଲାର ବିଭିନ୍ନ ଅଚଂଳରୁ ବହୁସଂଖ୍ୟାରେ ଋିତିକ ଏବଂ ସତସଙ୍ଗୀ ଶ୍ରଦ୍ଧାଳୁ ଯୋଗଦେଇ ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ଦର୍ଶନ କରିବା ସହିତ ଭକ୍ତଭାଇ ମାନଙ୍କର ବାଣୀ ଶ୍ରବଣ କରିଥିଲେ। ୫୭ଜଣ ସଦମନ୍ତ୍ର ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଅଚଂଳର ମା ଓ ଭାଇ ମାନେ ସୁପରିଚାଳନା କରିବାରେ ସହଯୋଗ କରିଥିଲେ।