Odiapua.com

ଶ୍ରୀ ରାଧାମାଧବ ଓ କୃଷ୍ଣଚନ୍ଦ୍ର ଜୀଉଙ୍କ ଭବ୍ୟ ସିଂହାସନ ଆରୋହଣ ଉତ୍ସବ ଉଦ୍‌ଯାପିତ

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପୁରାତନ ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ପଂଚାୟତର ବଳଭଦ୍ରପୁର ଠାରେ ପୂଜା ପାଇଆସୁଥିବା ଶ୍ରୀ ରାଧାମାଧବ ଓ କୃଷ୍ଣଚନ୍ଦ୍ର ଜୀଉଙ୍କ ଭବ୍ୟ ସିଂହାସନ ଆରୋହଣ ଉତ୍ସବ ଉଦ୍‌ଯାପିତ ହୋଇଛି । ପ୍ରଥମ ଦିନରେ କଳସ ଶୋଭାଯାତ୍ରାରୁ ଆରମ୍ଭ ହୋଇ ଘଟ ସ୍ଥାପନ ପୂର୍ବକ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ଣ୍ଣାହୁତି ଓ ବିଗ୍ରହଙ୍କ ସିଂହାସନ ବିଜେରେ ସମାପନ ହୋଇଛି । ତେବେ ପ୍ରଥମ ଦିନ ହୃଦାନନ୍ଦ ରାଉତ, ଗୟାଧର ରାୟ, ଜଗନ୍ନାଥ ରାୟ, ପ୍ରମୋଦ ରାୟ, ବାବୁଲା ରାଉତ, ମାନସ କୁମାର ରାଉତ, ରମାକାନ୍ତ ରାୟ, ସୁଶାନ୍ତ ମହାପାତ୍ର, ଶେଷଦେବ ରାୟ, ରବିନ୍ଦ୍ର ରାୟ, ଅଭିଜିତ୍ ମହାପାତ୍ର, ଅମର ରାୟ, ଉମାକାନ୍ତ ରାଉତ, ତପନ ରାଉତ, ରଂଗାଧର ରାଉତ, ଦେବେନ୍ଦ୍ର ରାୟ, ଶରତ ମହାପାତ୍ର ପ୍ରମୁଖଙ୍କ ପରିଚାଳନାରେ ପ୍ରାତଃରେ ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ଯଜ୍ଞସ୍ଥଳରେ ଘଟସ୍ଥାପନ ପରେ ପୁରୋହିତ ପୂର୍ଣ୍ଣଚନ୍ଦ୍ର ପାଣିଙ୍କ ଦ୍ୱାରା ହୋମାଦି ଯଜ୍ଞକାର୍ଯ୍ୟର ଶୁଭାରମ୍ଭ ହେବାପରେ ବିଗ୍ରହଗୁଡିକୁ ଯଜ୍ଞସ୍ଥଳ ବିମାନରେ ସ୍ଥାପନା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ରାୟ ମୁଖ୍ୟ ପୁରୋଧାର ଦାୟିତ୍ୱ ତୁଲାଇଥିଲେ । ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ନିତ୍ୟାନନ୍ଦ ରାଉତ ପ୍ରବଚନ ଦେଇଥିବାବେଳେ ଭୁବନେଶ୍ୱରରୁ ଆସିଥିବା ତରଙ୍ଗ ନୃତ୍ୟ ଓ ସଂଗୀତ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବରେ ବିଧାୟକ ସଂଜୀବ ମଲ୍ଲିକ, ବ୍ଲକ୍ ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ସରପଞ୍ଚ ମିନାକ୍ଷୀ ପରିଡା, ଯୁବନେତା ତୁଷାରକାନ୍ତି ପରିଡା, ଅଧ୍ୟାପକ ନିହାର କର ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।