Odiapua.com

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ପ୍ରତିଷ୍ଠା ସ୍ମାରକୀ ଦିବସ , କୋବିଡ଼ କଟକଣାରେ ପାଳନ ହେବ ନେତ ଉଡ଼ାଣ ଉତ୍ସବ

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକବିଂଶତମ ବାର୍ଷିକ ପ୍ରତିଷ୍ଠା ସ୍ୱାରକୀ ‘ନେତ ଉଡାଣ’ ଉପଲକ୍ଷେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ସନ୍ନିକଟ ଅସ୍ଥାୟୀ କାର୍ଯ୍ୟାଳୟରେ ସମିତିର କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସମିତିର ମୁଖ୍ୟ ପରିଚାଳକ ଭାଗିରଥି ନନ୍ଦଶର୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷର ନେତ ଉଡାଣ ଉତ୍ସବକୁ ଦୁଇ ଦିନ ପରିବର୍ତ୍ତେ କେବଳ ଗୋଟିଏ ଦିନରେ ସମ୍ପନ୍ନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ମହାମାରୀ କରୋନା ଜନିତ କଟକଣା କାରଣରୁ ଉତ୍ସବକୁ ସମ୍ପୂର୍ଣ୍ଣର୍ର୍ କୋବିଡ଼ ନିୟମ ଅନୁପାଳନ ପୂର୍ବକ ପାଳନ କରାଯିବ । ଏହି ଉତ୍ସବ ଚଳିତ ବର୍ଷ ଭଦ୍ରକ ବ୍ଲକ ବ୍ରହ୍ମପୁର ପଞ୍ଚାୟତ କୁଣ୍ଡିବାଗ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ । ପ୍ରତିବର୍ଷ ଉତ୍ସବରେ ଯୋଗ ଦେଉଥିବା ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଜିଲ୍ଳାର ସଂକୀର୍ତ୍ତନ ସେବକଙ୍କୁ ଚଳିତ ବର୍ଷ ଯୋଗ ଦେବାକୁ ମନା କରାଯାଇଛି । ଜାନୁଆରୀ ୧ ତାରିଖ ଶୁକ୍ରବାର ସକାଳ ୭ ଘଟିକାରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜଗନ୍ନାଥଙ୍କ ଷୋଡଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ଯଜ୍ଞ ସହିତ ନେତ ଉଡାଣ ହେବ ବୋଲି ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏହି ବୈଠକରେ ଆବାହକ ଶରତ କୁମାର ସାହୁ, ପଦ୍ମଲୋଚନ ମହାପାତ୍ର, ବିଷ୍ଣୁ ମୋହନ ପଣ୍ଡା, ପ୍ରଶାନ୍ତ କୁମାର ଦେ, ଲକ୍ଷ୍ମୀଧର ଖଟୁଆ, ବିଜୟ କୁମାର ବେହେରା, ଗୋପବନ୍ଧୁ ବେହେରା, ସନେଇ ଶିଅଳ, ବାବୁଲାଲ ଦାସ, ନାରାୟଣ ଚନ୍ଦ୍ର ପ୍ରଧାନ, ସଦାନନ୍ଦ ପାଣିଗ୍ରାହି, ବିକାଶ ଚନ୍ଦ୍ର ଶତପଥି, ଗୌତମ ପ୍ରସାଦ ମହାପାତ୍ର, କମଳାକାନ୍ତ ମଲ୍ଳିକ, କାହ୍ନୁ ଚରଣ ଦାସ, ସନାତନ ସାହୁ, ଗୀତାରାଣି ମହାନ୍ତି, ସୁରେଶ କୁମାର ସାହୁ, ନରେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।