Odiapua.com

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜରୁରୀ ବୈଠକ

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ଜରୁରୀ ବୈଠକ ଏଲଖା ସ୍ଥିତ ପ୍ରଚାର ସମିତି ମୁଖ୍ୟ ପରିିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସମିତିର ଆଗାମୀ ଦିନ ନିମନ୍ତେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ଗୃହିତ ହୋଇଛି । ପଣ୍ଡିତ ନନ୍ଦଶର୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ପ୍ରଥମ ବିଗତ ବୈଠକର ବିବରଣୀ ପାଠ କରାଯାଇ ଗୃହିତ ହୋଇଥିଲା । ପରେ ବିଭିନ୍ନ ଉନ୍ନତି ମୂଳକ ଆଲୋଚନା ପରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ୩ଜଣ ଓଡ଼ିଆ ମନ୍ତ୍ରୀ ମଣ୍ଡଳରେ ବିଭିନ୍ନ ବିଭାଗରେ ଦାୟିତ୍ୱ ବହନ କରିବା ଅତ୍ୟନ୍ତ ଗୌରବର ବିଷୟ । ଉକ୍ତ ୩ ମନ୍ତ୍ରୀଙ୍କୁ ସମିତି ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ ନିମନ୍ତେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକେର ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରାଯିବା ସହ ଜଗନ୍ନାଥଙ୍କଠାରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସେହିପରି ଆସନ୍ତ ରଥଯାତ୍ରର କରୋନା କଟକଣାରେ ପାଳନ ପାଇଁ ସମସ୍ତ ମନ୍ଦିରର ପରିଚାଳକ ଓ ସେବକଙ୍କୁ ଅନୁରୋଧ କରାଯାଇଥିଲା । ପ୍ରଚାର ସିମତିର ଆଗାମୀ ବାର୍ଷିକ ନେତ ଉତ୍ସବରେ ସମିତିର ମୁଖପତ୍ର ‘ନୀଳକନ୍ଦର’ ପ୍ରକାଶ ପାଇଁ ଅନୁଭୂତି ମୂଳକ ଲେଖା ସଂଗ୍ରହ କାର୍ଯ୍ୟ ସେପ୍ଟେମ୍ବର ମାସ ସୁଦ୍ଧ ଶେଷ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପୁରୀ ଶ୍ରୀକ୍ଷେତ୍ର ରଥଯାତ୍ରା କୋଭିଡ଼ କଟକଣାରେ ପାଳନ ହେବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ ସ୍ୱାଗତ କରାଯିବା ସହ ରାଜ୍ୟ ସରାକରଙ୍କୁ ସାଧୁବାଦ ଅର୍ପଣ କରାଯାଇଥିଲା । ଏହି ବୈଠକେର ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ନାରାୟଣ ଚନ୍ଦ୍ର ପ୍ରଧାନ, ବାବୁଲାଲ ଦାସ, ପ୍ରଶାନ୍ତ କୁମାର ଦେ, ନନ୍ଦ ନନ୍ଦନ ନନ୍ଦ, ଅନ୍ନପୂର୍ଣ୍ଣା ଦେବୀ, ପଦ୍ମଲୋଚନ ମହାପାତ୍ର, ଲକ୍ଷ୍ମୀଧର ଖଟୁଆ, କାହ୍ନୁ ଚରଣ ଦାଶ, ସନେଇ ଶିଅଳ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।