ଭଦ୍ରକ, ୧୫ା୪ ( (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର୍ଯ୍ୟ ସଂସ୍କୃତିର ନବବର୍ଷ ଉପଲକ୍ଷେ ଆମ ଓଡ଼ିଆ ଜାତି ଏହାକୁ ନୂଆବର୍ଷ ରୂପେ ପାଳନ କରି ଆସୁଅଛି। ମହାବିଷୁବ ସଂକ୍ରାନ୍ତି ଦିନରାତି ଏ ଉଭୟର ସମରେଖାରେ ପରିଗଣିତ ହୋଇଥାଏ। ଏହି ଦିବସଟିକୁ ଶ୍ରୀ ହନୁମାନ ଜୀୟୁଙ୍କ ଜନ୍ମ ଉତ୍ସବ ଭାବରେ ପାଳନ କରାଯାଇଥାଏ। ଏସବୁର ଦିଗ୍ଦର୍ଶକ ହୋଇଥାଏ ଆଧ୍ୟାତ୍ମିକତାର ମନୋଭାବ। ଏହି ଆଧ୍ୟାତ୍ମିକତା ପ୍ରତି ଯୁବଗୋଷ୍ଠୀ ଆକର୍ଷିତ ହୋଇ ପାରିଲେ ସେମାନଙ୍କର ଜୀବନଚର୍ଯ୍ୟା ସୁଖମୟ ହୋଇପାରିବ ବୋଲି ଭଦ୍ରକସ୍ଥିତ ସନ୍ଥିଆ ଗ୍ରାମ ଶ୍ରୀ ରାଧା ମଦନ ମୋହନ ଜୀୟୁ ମଠ ପରିସରରେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଆଧ୍ୟାତ୍ମିକ ‘ଉତ୍କଳୀୟ ଚେତନ ମଂଚ’ ସଭାରେ ସ୍ଥାନୀୟ ଲୋକପ୍ରିୟ ବିଧାୟକ ସିତାଶୁଂ ସେଖର ମହାପାତ୍ର ଓ ଅନ୍ୟାନ୍ୟ ବକ୍ତାଗଣ ମତ ପ୍ରକାଶ କରିଥିଲେ। ପୂର୍ବାହ୍ନରେ ଶ୍ରୀ ରାଧା ମଦନ ମୋହନ ଜୀୟୁ। ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହଙ୍କ ଓ ଶ୍ରୀ ହନୁମାନଙ୍କ ପୂଜା ଓ ବିଶ୍ୱଶାନ୍ତି ଯଜ୍ଞ ଦେବ କୁମାର ଗୋସ୍ୱାମୀ ଓ ହୃର୍ଷିକେଶ ଗୋସ୍ୱାମୀ ଓ ସେବାୟତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୫ ଘଟିକାରେ ଏକ ଆଧ୍ୟାତ୍ମିକ ସଭା ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ମହାପାତ୍ର ଓ ବରେଣ୍ୟ ଅତିଥି ଭାବରେ ସୁବଳ ସିଂହ ଓ ମଠାଧିଶ ଆଶିଷ କୁମାର ଗୋସ୍ୱାମୀ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ମଠାଧିଶ ଶ୍ରୀ ଗୋସ୍ୱାମୀ ମଠର ବିବରଣୀ ପ୍ରଦାନ କରିବା ସଂଗେ ସଂଗେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଚାମର ସେବା କରି ଆସୁଥିବା ସୂଚନା ଦେଇଥିଲେ। ସମିତିର ମୁଖ୍ୟ ଆବାହକ ଶରତ କୁମାର ସାହୁ ସମିତିର ସଂକ୍ଷିପ୍ତ ବିବରଣୀ ଓ ଲକ୍ଷ୍ୟ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ସମିତିର ସହଆବାହକ ବାବୁଲାଲ ଦାସ, ଅତିଥି ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ସଭାରେ ସମିତି ସଦସ୍ୟ କାଶୀନାଥ ପଣ୍ଡା, ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଦେ, ଲକ୍ଷ୍ମୀଧର ଖଟୁଆ, ଲଲିତମୋହନ ମିଶ୍ର, ପ୍ରବୋଧ କୁମାର ଅଗସ୍ତି, ଗୀତାଞ୍ଜଳି ଅଗସ୍ତି, ଡ. ପ୍ରତାପ କୁମାର ପାତ୍ର, ସୁବାଳ ଚନ୍ଦ୍ର ବଳ ପୁଷ୍ପଲତା ଦାସ, ଓ ସନ୍ଥ ନଗରର ବହୁ ଭକ୍ତ ଭକ୍ତା ଉପସ୍ଥିତି ରହି ସହଯୋଗ କରିଥିଲେ।