Odiapua.com

ଶ୍ରୀଶ୍ରୀ ହରିଚାନ୍ଦ ଠାକୁରଙ୍କ ନବମ ମତୁଆ ସମ୍ମେଳନ,୧୦ହାଜରରୁ ଉର୍ଦ୍ଦଭକ୍ତଙ୍କ ସମାବେସ

ମାଲକାନଗିରି,୩ ।୧(ଓଡିଆ ପୁଅ ) ଶ୍ରୀଶ୍ରୀ ହରିଚାନ୍ଦ ଠାକୁରଙ୍କ ନବମ ମତୁଆ ସମ୍ମେଳନ ମାଲକାନଗିରି ଜିଲ୍ଲାସ୍ଥ ଏମଭି୭ ଜଗନ୍ନାଥପାଲି ହାଇସ୍କୁଲ ପଡିଆ ଠାରେ ମହାଆମ୍ବରରେ ସହକାରେ ଗତ ଦୁଇଦିନ ଧିର ଅନୁଷ୍ଟିତ ହୋଇ ଯାଇଛି । ପ୍ରଥମ ଦିବସରେ ବଙ୍ଗୀୟ ସଂପ୍ରଦାୟର ହଜାର ହଜାର ଭକ୍ତ ଶ୍ରୀ ଶ୍ରୀ ହରିଚାନ୍ଦ ଓ ଗୁରୁଚାନ୍ଦ ଙ୍କ ଫଟୋ ଚିତ୍ରକୁ ବିମାନରେ ସୁସଜିତ କରି ଏକ ବିରାଟ ସୋଭା ଯାତ୍ରାରେ ଗ୍ରାମପରିକ୍ରମା କରି ସଭାସ୍ଥଳକୁ ନେଇ ପ୍ରତିଷ୍ଟା କରିଥିଲେ । ଠାକୁରଙ୍କ ଶୁଭାଦିବସ, ଜଳବରଣ,ମଙ୍ଗଳଦୀପ ପ୍ରଜ୍ଜଳନ,ପ୍ରଭାତ କିର୍ତନ,ହରିସଙ୍ଗୀତ ଗାନ କରାଯାଇଥିଲା । ଏହି ଉତ୍ସବରେ ସୁଦୂର ବାଙ୍ଗଲାଦେଶ ଓଡକାନ୍ଧି ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ପଚଂମ ପୁରୁଷ ଶ୍ରୀ ଶ୍ରୀ ହିମାଂଶୁ ପତି ଠାକୁରଙ୍କ ଧର୍ମପତ୍ନୀ ଶ୍ରୀମତୀ ସୀମା ଠାକୁରାଣୀ ପହଁଚିବା ପରେ ତାଙ୍କୁ ମତୁଆ ଭକ୍ତ ମାନେ ବିରାଟ ସୋଭା ଯାତ୍ରାରେ ସଭାସ୍ଥଳକୁ ପାଛୋଟିନେଇ ଆର୍ଶିବାଦ ଗ୍ରହଣଥିଲେ । ବିଭିନ୍ନ ଦେଶ ବିଦେଶରୁ ଆସିଥିବା ମତୁଆ ଭକ୍ତମାନେ ନିଜ ନିଜ ମଧ୍ୟରେ ପରିଚୟ ପ୍ରଦାନ ପରେ ବନ୍ଧୁତ୍ୱ  ସ୍ଥାପନକରି ଉଦଣ୍ଡ କିର୍ତନ ରେ ମଜି ଯାଇଥିଲେ ।

ଆଜି ଦ୍ୱିତୀୟ ଦିବସ ଅବସରରେ ମତୁଆଭକ୍ତ ସୁବଳ ବଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ନବମ ମତୁଆ ସମ୍ମେଳନରେ ମୁଖ୍ୟଅତିଥି ଭାବେ ରାଜ୍ୟବିହନ ନିଗମ ଚେୟାରମେନ ତଥା ପୁର୍ବତନ ମନ୍ତ୍ରୀ ଅରବିନ୍ଦଢାଲି,ସମ୍ମାନିତ ଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି,ପୁର୍ବତନ ବିଧାୟକ ମୁକୁନ୍ଦ ସୋଢି,ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ୍ମିନୀମୁଦୁଲି,ତପନସନା,ଗୌରାଙ୍ଗ କର୍ମକାର,ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ସୁବାଷ ତରଫଦାର,ଅଜଂନଚୌଧୁରୀ, ତପନ ଦେଓୟାନ,ବାବୁଲ ସରକାର ପ୍ରମୁଖ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ହରିଚାନ୍ଦ ଓ ଗୁରଚାନ୍ଦଙ୍କ ଧର୍ମବାଣୀ, ମାନବ ସମାଜ ପାଇଁ ଦେଇଥିବା ହିତଉପଦେଶ  ଓ ତାଙ୍କର ବହୁମୁଖିପ୍ରତିଭା ସହ ମତୁଆ ଧର୍ମ ସଂପର୍କରେ କହିଥିଲେ । ସଭାପ୍ରାରମ୍ଭରେ ପୋଟେରୁ ସ୍ଥ ଶ୍ରୀ ଶ୍ରୀ ହରିଚାନ୍ଦ ଓ ଗୁରୁଚାନ୍ଦ ଧାମ ର ସଂପାଦକ ଅଶୋଭରଂଜନ ମାଲୀ ସମ୍ପାଦକୀୟ ବିବରଣୀ ପାଠକରିବାସହ ମତୁଆ ସମ୍ମେଳନର ଆଭିମୁଖ୍ୟ ସଂପର୍କରେ ସୁଚନା ଦେଇଥିଲେ । ଏହି ଦୁଇଦିନିଆ ସମ୍ମେଳନରେ ବାଙ୍ଗଲା ଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,କର୍ଣ୍ଣାଟକ,ଛତିଶଗଡ, ଆନ୍ଦ୍ରପ୍ରେଦଶ ସହ ଓଡିଶାର ମାଲକାନଗିରି,ନବରଙ୍ଗପୁର, କୋରାପୁଟ, ରାୟଗଡା ଜିଲ୍ଲାରୁ ପ୍ରାୟ ୧୦ହଜାରରୁ ଉର୍ଦ୍ଦ ବଙ୍ଗୀୟ ସଂପ୍ରଦାୟର ମହିଳା ପୁରୁଷ ମତୁଆ ଭକ୍ତଙ୍କ ସହିତ ଅନ୍ୟାନ ସଂପ୍ରଦାୟର ଲୋକମାନେ  ଯୋଗଦେଇ ପାରମ୍ପିରିକ ବାଦ୍ୟବଜାଇ ଭଜନ ସଂକିର୍ତନ ସହ ଉଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ । ମତୁଆ ଭକ୍ତ ଗୋବିନ୍ଦ ବୈରାଗୀ,ହରଲାଲ କିର୍ତନୀୟା,ଟୋକନଚୌଧୁରୀ,ନିଖିଲ ବିଶ୍ୱାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ  ସାଧନା ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ରାତ୍ରରେ ବାଙ୍ଗଲାଦେଶର ଓଡାକାନ୍ଦି ଶ୍ରୀ ଶ୍ରୀ ହରିଚାନ୍ଦ ଧାମରୁ ଆସିଥିବା ମାତା ସୀମାଠାକୁରାଣୀ ମତୁଆ ଧର୍ମ ଉପରେ ପ୍ରବଚନ ଦେବାସହିତ ଶ୍ରୀ ଶ୍ରୀ ହରିଚାନ୍ଦ ଙ୍କ ଜୀବନୀ ସଂପର୍କରେ ବିଷଦବିବରଣୀ ଉପସ୍ଥାପନ କରିଥିଲେ । ଏହି ଦୁଇଦିନିୟା ସମ୍ମେଳନରେ ଉପସ୍ଥିତ ସମସ୍ତ ଭକ୍ତମାନଙ୍କ ପାଇଁ ଅର୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।