Odiapua.com

ଶ୍ରୀଶ୍ରୀ ଅଭିରାମ ପରମହଂସଙ୍କର ସାହିତ୍ୟ ସଂସ୍କୃତି ପରିଷଦ ଗଠିତ 

ବାହାନଗା,୦୩ା୧୧(ଭାରତୀ ଦାସ / ଓଡ଼ିଆ ପୁଅ) : ସାହିତ୍ୟ କଳା ଓ ସଂସ୍କୃତ ି ଯେପରି ପରି ପୁରକ ସେହି ପରି ଭବିଷତ ଧର୍ମୀ ସମାଜକୁ ମୂଲ୍ୟ ବୋଧର ଶିକ୍ଷା ଦେବା ପାଇଁ ସାହିତର ଭୂମିକା ଚିରକାଳ ପାଇଁ ରହିଛି । ସେହିପରି ସାହିତ୍ୟ କଳାର ମାଟି ବାଲେଶ୍ୱର ଜିଲ୍ଲା ଶ୍ରୀଜଙ୍ଗ ପଞ୍ଚାୟତ ଶ୍ରୀରାମପୁର ଗ୍ରାମ ହରିହାଟ ପ୍ରଙ୍ଗଣ ବିନାୟକ ପାଠାଗାର ପରି ସରରେ ମୁଖ୍ୟ ଉପଦେଷ୍ଟା ମାସିକ ସମ୍ବାନ ଭିତ୍ତିକ ପତ୍ରିକା ସମୟଚକ୍ରର ସମ୍ପାଦକ ସର୍ବେଶ୍ୱର ଜେନାଙ୍କ ଉପଦେଶ କ୍ରମେ ଶ୍ରଶ୍ରୀ ଅଭିରାମ ପରମହଂସଙ୍କ ସାହିତ୍ୟ ଓ ସଂସ୍କୃତି ପରିଷଦ ଗଠିତ ହୋଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି ବିଶିଷ୍ଟ ସାହିତ୍ୟ ପ୍ରାଣ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଆବାହନରେ କରୋନା ସଚେତନତା ରକ୍ଷା କରା ଯାଇ ସର୍ବେଶ୍ୱର ଦାସଭ୍‌କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଶାନ୍ତନୁ ପଟ୍ଟନାୟକ, ମୁଖ୍ୟମକ୍ତା ଭାବେ ପ୍ରେମାନନ୍ଦ ଆର‌୍ୟ୍ୟବ୍ରତ ଦାସ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ୍ତ ଦାସ, ସୁଶାନ୍ତ କର ଯୋଗ ଦେଇ ଆଲୋଚନା କରିଥିଲେ । ପରିଷଦର ସଭାପତି ଭାବେ କାବ୍ୟଶିଳ୍ପି ସର୍ବେଶ୍ୱର ଦାସ,ଉପସଭାପତି ପଦ୍ମଲୋଚନ ମୁଦୁଲି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ରଜନୀକାନ୍ତ ମହାନ୍ତିଙ୍କ ନାମ ପ୍ରସ୍ତାବ ଆତ ଓ ଗୃହୀତ ହୋଇ ଥିଲା । ଶେଷରେ ସମ୍ପାଦକ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭରତ କୁମାର ସିଂ, ଦଦଇତାରୀ ନଦିଆ ସହ ବୌୁ କଳା ଓ ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ ।