Odiapua.com

ଶ୍ରୀଲଡ଼ୁକେଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶିବିର ଉଦ୍‌ଯାପିତ

ନୟାଗଡ଼, ୨୮ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ାର ଲଡ଼ୁକେଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ୭ ଦିନ ଧରି ଚାଲିଥିବା ପୋଷ୍ୟଗ୍ରାମ ଜାଗ୍ରୀ ଖବରପଟି ଠାରେ ଏନ୍‌ଏସ୍‌ଏସ୍ ଶିବିର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଉଷାରାଣୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥିଭାବେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ପ୍ରଜ୍ଞା ପରିମିତା ମହାପାତ୍ର ଯୋଗଦେଇ ସଫଳତାର ଚାବିକାଠି ନିଷ୍ଠା ଓ ଏକାଗ୍ରତା ବୋଲି କହିବା ସହିତ ସୁଯୋଗର ସଦୂପଯୋଗ କରିପାରିଲେ ଲକ୍ଷ୍ୟସ୍ଥଳ ପଥଭ୍ରଷ୍ଟ ହୁଏନାହିଁ ବୋଲି କହିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ପ୍ରଦୋଷ କୁମାର ଦାସ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରି ସେବା କାର୍ଯ୍ୟରେ ବ୍ରତି ରହିବା ସହିତ ଉଚିତ୍ ମାର୍ଗରେ ଯିବାପାଇଁ ପରାମର୍ଶ ଦେଇଥିଲେ। ଶିବିରର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ଲକ୍ଷ୍ମୀଧର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୁଖ୍ୟ ସଂଯୋଜକ ଭାବେ ଅଧ୍ୟାପକ ସନ୍ତୋଷ କୁମାର ସାହୁ ମଂଚ ପରିଚାଳନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ.ରମେଶ ଚନ୍ଦ୍ର ଦାଶ, ଶିକ୍ଷକ ବିଜୟ କୁମାର ପୃଷ୍ଟି, ସହାୟ ଅନୁଷ୍ଠାନର ସଚିବ ଦିଲ୍ଲୀପ କୁମାର ନନ୍ଦ, ଶିକ୍ଷାବିତ୍ ସ୍ୱୟଂଜିତ୍ ପଟ୍ଟନାୟକ, ଆଡଭୋକେଟ ସଞ୍ଜୟ ମିଶ୍ର, ଇନ୍ଦୁମତୀ ସାହୁ, ଅଧ୍ୟାପକ ପ୍ରସନ୍ନ କୁମାର ପରିଡ଼ା.ଆଡ୍‌ମିନିଷ୍ଟ୍ରେଟର ଶରତ ମହାପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ଓଁଶାନ୍ତି କେନ୍ଦ୍ରର ବି.କେ.ଭଗିନୀ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସକରାତ୍ମକ ମନୋଭାବରେ ସୁନାଗରିକ ହେବାର ଅମୋଘ ମନ୍ତ୍ର ପ୍ରଦାନ କରିଥିଲେ। ଯୁକ୍ତ ଦୁଇର ଛାତ୍ର ସାର୍ଥକ ରଞ୍ଜନ ସ୍ୱାଗତ ଗୀତ ଗାୟନ କରିଥିବାବେଳେ ଭାଷଣ ପ୍ରତିଯୋଗୀତାରେ ଦୀପୁ ଜେନା, ରବି ନାରାୟଣ ବେହେରା ଓ ପ୍ରଶାନ୍ତ ଗୁରୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ର ହଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରଷ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୫ଜଣ ଶିବିରାର୍ଥୀ ଭାଗ ନେଇ କୂପ, ପୁଷ୍କରିଣୀ, ସର୍ବସାଧାରଣ ରାସ୍ତା, ଧର୍ମପୀଠ, ଚିକିତ୍ସାଳୟ ଆଦି ପରିଷ୍କାର ପରିଚ୍ଛନ୍ନତା କରିବା ସହିତ ପଥପ୍ରାନ୍ତ ନାଟକ ଦ୍ୱାରା ମହାମାରୀ କରୋନା ଉପରେ ଜନସଚେତନତା କରିଥିଲେ।