Odiapua.com

ଶ୍ରୀଲଙ୍କା ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି – ଜାଣନ୍ତୁ କିଏ ଇନ୍ କିଏ ଆଉଟ୍

ପୁଣେ ୧୦-୧ (ଓଡ଼ିଆ ପୁଅ) ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଏବଂ ଅନ୍ତିମ ଇଣ୍ଟରନ୍ୟାସନାଲ ଟି-୨୦ ମ୍ୟାଚ୍ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (MCA) ଷ୍ଟାଡ଼ିୟମରେ ଖେଳା ଯାଉଛି। ଶ୍ରୀଲଙ୍କାର ଅଧିନାୟକ ଲସିଥ ମଲିଙ୍ଗା ଟସ ଜୀତି ପ୍ରଥମେ ବୋଲିଂ କରିବାପାଇଁ ନିଷ୍ପତି ନେଇଛନ୍ତି।

ଭାରତୀୟ ଟିମରେ ୩ଟି ପରିବର୍ତ୍ତନ କରାଯାଇଛି। ଋଷଭ ପନ୍ତଙ୍କ ସ୍ଥାନରେ ସଂଜୁ ସାମସନ, କୁଲଦୀପ ୟାଦବଙ୍କର ସ୍ଥାନରେ ଯୁଜଭେନ୍ଦ୍ର ଚହଲ ଏବଂ ଶିବମ ଦୁବେଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସାମିଲ କରାଯାଇଛି। ଶ୍ରୀଲଙ୍କା ମଧ୍ୟ ଆଞ୍ଜେଲୋ ମୈଥ୍ୟୁଜ ଏବଂ ସଂଦାକନଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସାମିଲ କରିଛି।

ସିରିଜ୍ ୧-୦ ରେ ଟିମ ଇଣ୍ଡିଆ ଆଗରେ ଅଛି। ଏହି ମ୍ୟାଚ୍ କୁ ଜୀତି ବର୍ଷର ଆରମ୍ଭରେ ସିରିଜ୍ ରେ ବିଜୟ ଲାଭ କରିବାକୁ ଚାହିଁବ ଭାରତ। ଶ୍ରୀଲଙ୍କା ଚାରି ବର୍ଷ ପୂର୍ବରୁ ଏହା ମୈଦାନରେ ଭାରତକୁ ଟି-୨୦ ମ୍ୟାଚ୍ ରେ ହରାଇଥିଲା ଏବଂ ସେହି ବିଜୟର ପ୍ରେରଣା ନେଇକରି ସିରିଜ୍ କୁ ଡ୍ର କରିବା ପାଇଁ ସମ୍ପୂର୍ଣ୍ଣ ତାକତ ଲଗାଇବ।

ବିରାଟ କୋହଲୀ ଚଳିତ ବର୍ଷ ହେବାକୁଥିବା ଟି-୨୦ ୱାର୍ଲ୍ଡ କପକୁ ନଜରରେ ରଖି ବିଜୟର କ୍ରମକୁ ବନାଇ ରଖିବାକୁ ଚାହିଁବେ। ଗୌହାଟୀରେ ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା କରଣରୁ ରଦ୍ଦ ହେବା ପରେ ଭାରତ ଇନ୍ଦୋରରେ ଦ୍ୱିତୀୟ ମ୍ୟାଚ୍ ୭ ୱିକେଟ୍ ରେ ଜିତିଥିଲା।

– ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଇଣ୍ଟରନ୍ୟାସନାଲ ଟି-୨୦ ମ୍ୟାଚରେ ଭାରତ ୧୨ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଶ୍ରୀଲଙ୍କା ୫ଟି ମ୍ୟାଚ୍ ଜୀତିଛି।

– ବିରାଟ କୋହଲୀ ୧ ରନ ବନାଇବା ପରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଅଧିନାୟକ ଭାବେ ୧୧ ହଜାର ରନ ପୂରା କରିବେ। ଏମିତି କରିପାରିଥିବା ଭାରତର ଦ୍ୱିତୀୟ ଏବଂ ବିଶ୍ୱର ଷଷ୍ଠ ଅଧିନାୟକ ହେବେ।

– ଏଗୋଟିଏ ୱିକେଟ୍ ନେଇ ଜସପ୍ରୀତ ବୁମରାହ ଅନ୍ତରାଷ୍ଟ୍ରୀୟ ଟି-୨୦ କ୍ରିକେଟରେ ଭାରତର ସବୁଠାରୁ ସଫଳ ବୋଲର ବନିଯିବେ। ବର୍ତ୍ତମାନ ଏବେ ଏହି ଲିଷ୍ଟରେ ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ ଏବଂ ବୁମରାହ ୫୨-୫୨ ୱିକେଟ୍ ନେଇକରି ସଂଯୁକ୍ତ ରୂପରେ ପ୍ରଥମ ସ୍ଥାନରେ ଅଛନ୍ତି।

ପ୍ଲେଇଂଗ ଇଲେଭେନ୍: ଭାରତ : ଶିଖର ଧାୱନ, କେଏଲ ରାହୁଲ, ବିରାଟ କୋହଲୀ (ଅଧିନାୟକ), ଶ୍ରେୟସ ଆୟାର, ସଂଜୁ ସାମସନ, ମନୀଷ ପାଣ୍ଡେ, ନବଦୀପ ସୈନୀ, ୱାଶିଂଗଟନ ସୁନ୍ଦର, ଯୁଜଭେନ୍ଦ୍ର ଚହଲ, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରାହ।

ଶ୍ରୀଲଙ୍କା: ଦାନୁଷ୍କା ଗୁଣତିଲକା, ଅବିଷ୍କା ଫର୍ନାଂଡୋ, କୁଶଲ ପରେରା, ଓଶାଡା ଫର୍ନାଂଡୋ, ଏଂଜେଲୋ ମ୍ୟାଥୁଜ, ଦାସୁନ ଶନାକା, ଲକ୍ଷଣ ସଂଦାକନ, ଧନଞ୍ଜୟ ଡିସିଲଭା, ବାନିନ୍ଦୁ ହସରଂଗା, ଲସିଥ ମଲିଂଗା (ଅଧିନାୟକ), ଲାହିରୁ କୁମାରା।