Odiapua.com

ଶ୍ରୀଲଙ୍କାରେ ଦେଶବ୍ୟାପୀ ସୋସିଆଲ ମିଡିଆ ବ୍ଲାକଆଉଟ୍

ନୂଆ ଦିଲ୍ଲୀ ୩-୪ (ଓଡ଼ିଆ ପୁଅ) ଏପ୍ରିଲ ୩ ରବିବାର ମଧ୍ୟରାତ୍ର ପରେ ଶ୍ରୀଲଙ୍କା ସରକାର ଦେଶବ୍ୟାପୀ ସୋସିଆଲ ମିଡିଆ ବ୍ଲାକଆଉଟ ଲାଗୁ କରିଛନ୍ତି। ଫେସବୁକ୍, ଟ୍ୱିଟର, ହ୍ୱାଟସ୍ ଆପ୍, ୟୁଟ୍ୟୁବ୍, ସ୍ନାପଚେଟ୍, ଟିକ୍ ଟକ୍ ଏବଂ ଇନଷ୍ଟାଗ୍ରାମ ସହିତ ପ୍ରାୟ ଦୁଇ ଡଜନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟଯେ, ରବିବାର ଦିନ ଯୋଜନାବଦ୍ଧ ପ୍ରତିବାଦ ପୂର୍ବରୁ ଶ୍ରୀଲଙ୍କାରେ ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ଏହାର ମୁଖ୍ୟ କାରଣ ଦେଶରେ ଭୟଙ୍କର ବିଦ୍ୟୁତ୍ ସଙ୍କଟ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଦିନକୁ ୧୩ ଘଣ୍ଟା ପର୍ଯ୍ୟନ୍ତ ବୁଜୁଳି ଠପ ହେବାର କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। କେବଳ ସେତିକି ନୁହେଁ ଗ୍ୟାସ, ସିଲିଣ୍ଡର ଏବଂ ଡିଜେଲର ଅଭାବ ସହିତ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ କମିକମି ଆସିଲାଣି।

ଅର୍ଥନୀତି ସଙ୍କଟ କାରଣରୁ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଏବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ସହିତ ଜନଅସନ୍ତୋଷର ପ୍ରଭାବ ଦୃଷ୍ଟିଗୋଚର ହେଉଛି।