ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଜାରି। ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାରେ ଶୁକ୍ରବାର ମଧ୍ୟରାତ୍ରୀରୁ ଲାଗୁ ହୋଇଛି ଜରୁରୀ ପରିସ୍ଥିତି। ଦେଶରେ ଆଇନଶୃଙ୍ଖଳା ରକ୍ଷା ପାଇଁ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ କରିଛନ୍ତି ଏହି ବଡ ଘୋଷଣା। ତେବେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ପରେ ଏମରଜେନ୍ସି ଘୋଷଣା କରାଯାଇଥିବା ବେଳେ ଗୋଟିଏ ମାସରେ ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାରେ ଏମରଜେନ୍ସି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟଯେ, ଆର୍ଥିକ ସଂକଟ ଭିତରେ ଶ୍ରୀଲଙ୍କାରେ ପୁଣି ଥରେ ଜରୁରୀ ପରିସ୍ଥିତି ଲାଗୁ ହୋଇଥିବା ବେଳେ ଏହା ପୂର୍ବରୁ ଏପ୍ରିଲ ମାସରେ ଶ୍ରୀଲଙ୍କାରେ ଇମର୍ଜେନ୍ସି ଲାଗୁ ହୋଇଥିଲା।