ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଧାମନଗର ଶ୍ରୀ ରାମ ମହାଯଜ୍ଞ ସମିତି ପକ୍ଷରୁ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଜୟନଗର ସ୍ଥିତ ହନୁମାନ ମନ୍ଦିର ଠାରୁ ଦକ୍ଷିଣବାଡ଼ ସ୍ଥିତ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏଥିରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏହି ଗଣଦୌଡ଼କୁ ଶୁଭାରମ୍ଭ କରିଥିଲେ । ଜୟନଗର ଠାରୁ ଶତାଧିକ ପୁରୁଷ ଓ ମହିଳା ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସେଠୀଙ୍କ ସମେତ ଜିଲ୍ଳାପରିଷଦ ସଭ୍ୟ ସୁରଥ ସେଠୀ, ମନୋଜ ମଲ୍ଳିକ, ଉମାମଣୀ ସାହୁ, ରଂଜିତା ସ୍ୱାଇଁ, ଚତୁର୍ଭୁଜ ନାୟକ, ବୈକୁଣ୍ଠନାଥ ସାହୁ, କୈଳାଶ ମହାପାତ୍ର ନେତୃତ୍ୱ ନେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ପତି, ଶ୍ରୀକାନ୍ତ ନାୟକ, ସରୋଜ ମହାପାତ୍ର, ବିଜୟ ରାମ, ବିରେନ୍ଦ୍ର ଜେନା, ରାଜେଶ ବେହେରା, ଶ୍ରୀଧର ବେହେରା, ସୁରଜ ସାହୁ, ରାଜେନ୍ଦ୍ର ସାହୁ, ନିମାଇ ନାୟକ, ପ୍ରମୋଦ ସୁତାର, ରାମଚନ୍ଦ୍ର ମିଶ୍ର, ସୁନିଲ ଘୋଷ, ରଣଜିତ୍ ମହାନ୍ତି, ଲକ୍ଷ୍ମୀଧର ବେହେରାଙ୍କ ସମେତ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ, ବଜରଂଗ ଦଳ, ଏଭିବିପି ଓ ଅସୁରାଳି ଶିଶୁ ମନ୍ଦିର ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ ।