ହାଟଡିହି, ୨୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ କ୍ରମରେ ସମାଜସେବୀ ସୁରେଶ୍ୱରୀ ସାଗରିକା ଜେନା ସାମିଲ ହୋଇ ମନ୍ଦିର ନିର୍ମାଣ ପାଇଁ ଅର୍ଥଦାନ କରିଛନ୍ତି । ପୁର୍ବତନ ସାଂସଦ ଅନନ୍ତ ନାୟକ, ବିଜେପି ନେତା ଆଲୋକ ସେଠୀ, ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠକର୍ମକର୍ତ୍ତା ଅଶୋକ ରାଜ, ଖଣ୍ଡ ଅଭିଯାନ ପ୍ରମୁଖ ଜ୍ଞାନାନନ୍ଦ ଗିରି, ସହ ପ୍ରମୁଖ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସହନିଧି ପ୍ରମୁଖ ରମାକାନ୍ତ ନାୟକ, ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି କାମପାଳ ନାୟକ, ଏକଲ ବିଦ୍ୟାଳୟର ବିଜୟ ଜେନାଙ୍କ ଉପସ୍ଥିତିରେ ସମାଜସେବୀ ସାଗରିକା ଜେନା ମନ୍ଦିର ନିର୍ମାଣ ପାଇଁ ଅର୍ଥଦାନ କରିଥିଲେ ।