Odiapua.com

ଶ୍ରୀରାମ ନବମୀ ମହୋତ୍ସବ ୨୦୨୬,ଚଳିତ ବର୍ଷ ଅତ୍ୟନ୍ତ ଭବ୍ୟତାର ସହ ପାଳନ ହେବ

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଓଡ଼ିଶା ପ୍ରସିଦ୍ଧ ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ୨୦୨୬ ପାଳନ ସଂକ୍ରାନ୍ତରେ ପ୍ରଥମ ପ୍ରସ୍ତୁତି ବୈଠକ ଗାନ୍ଧୀପଡ଼ିଆ ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାଂସ୍କୃତିକ ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ମାତୃଭୂମି ପାଇଁ ଗଣଦୌଡ, ହିନ୍ଦୁ ନବବର୍ଷ, ସାଧୁ ସନ୍ଥ ଓ ଗୋ ମାତା ପୂଜନ, ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା, ୭ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ, ମହିଳା କଳସ ଶୋଭାଯାତ୍ରା, ଅଖଣ୍ଡ ହନୁମାନ ଚାଳିଶା ପାଠ, ୩ ଦିନ ଧରି ଶ୍ରୀରାମ ମହାଯଜ୍ଞ, ୪ ଟି ପବିତ୍ର ପୀଠ ମାଆ ବିରଜା, ବାବା ଆଖଣ୍ଡଳମଣି, ମାଆ ଭଦ୍ରକାଳୀ ଏବଂ ଅଯୋଧ୍ୟାରୁ ଆଜ୍ଞାମାଳ ଯାତ୍ରା, ଶ୍ରୀରାମ ନବମୀ ନଗର ସଙ୍କୀର୍ତନ ଶୋଭାଯାତ୍ରା ଅତ୍ୟନ୍ତ ଭବ୍ୟ ଓ ଦିବ୍ୟତାର ସହ ପାଳନ ପାଇଁ ପୂର୍ଣ୍ଣାଙ୍ଗ ଓ ବିସ୍ତୃତ ଯୋଜନା କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କର ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ମନ୍ତ୍ରୀ ତଥା ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ, ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମିତିର ବରିଷ୍ଠ ସଦସ୍ୟ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ ମଂଚାସୀନ ଥିବାବେଳେ ଉପ ସଭାପତି ଜଗନ୍ନାଥ ଦାଶ, କହ୍ନେଇ ଦାସ, ତ୍ରିଲୋଚନ ନାୟକ ଏବଂ ବିଶ୍ୱନାଥ ଅଗ୍ରୱାଲ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ଆଇନଜୀବୀ ତୁଷାର କାନ୍ତ ଦାସ ଏବଂ ସ୍ୱରୂପାନନ୍ଦ ମହାପାତ୍ର, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସଙ୍କ ସମେତ ଶ୍ରୀରାମ ମହାଯଜ୍ଞ ସମିତିର ସମସ୍ତ ଉପଦେଷ୍ଟା, ପଦାଧିକାରୀ, କାର୍ଯ୍ୟକର୍ତା ଓ ମେଢ଼ କମିଟିର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।