ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷର ପ୍ରସିଦ୍ଧ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବକୁ କରୋନା କଟକଣାରେ ରହି ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ଶ୍ରୀରାମ ମହାଯଜ୍ଞ ସିମତି ପକ୍ଷରୁ ଅନୁଷ୍ଠିତ ସାଧାରଣ ବୈଠକରେ ମତ ପ୍ରକାଶ ପାଇଛି । ଗାନ୍ଧୀ ପଡ଼ିଆ ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ସଭାଗୃହରେ ସମିତିର ସଭାପତି ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚଳିତ ବର୍ଷ ରାମ ନବମୀ ପ୍ରଥମ ବୈଠକରେ ଚଳିତ ବର୍ଷର ଏହି ମହୋତ୍ସବକୁ ସର୍ବବ୍ୟାପୀ ଶାନ୍ତି ଶୃଙ୍ଖଳାର ପାଳନ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ସମିତିିର ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ ଭଦ୍ରକର ଶ୍ରୀରାମ ନବମୀ ମହୋତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦକ ଶରତ ପଢିଆରୀ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସ୍ୱାଧୀନ ସୁନ୍ଦର ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅନ୍ୟତମ ଉପଦେଷ୍ଟା ଧାମନଗରର ମାନ୍ୟବର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ବଦ୍ରିନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ ମଞ୍ଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ଗୋବିନ୍ଦ ରାଉତ, ଉପସଭାପତି ଅମ୍ବିକା ଦାସ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, କୋଷାଧ୍ୟକ୍ଷ ନିରଂଜନ ସାହୁ, ସହକୋଷାଧ୍ୟକ୍ଷ ଭଗବାନ ପଣ୍ଡା, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ବରିଷ୍ଠ ସଦସ୍ୟ ଜଗନ୍ନାଥ ଦାଶ, ରଘୁନାଥ ସାହୁ, ବିଜୟ ଭୂଷଣ ନାୟକ, ଡାକ୍ତର ପ୍ରଦିପ ନାୟକ, ବିଜୟ ସିନ୍ହା, ତୁଷାର ଦାସ, ସରୋଜିନୀ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକକୁ ସ୍ୱରୂପାନନ୍ଦ ମହାପାତ୍ର, ସୂର୍ଯ୍ୟବଂଶୀ ସୂରଜ, ଦେବାଂଶୁ ରାଉତ, ସରୋଜ ରାଊତ, ଟୁକୁନା ସ୍ୱାଇଁ, ରଶ୍ମିରଂଜନ ସାହୁ, ସୌରଭ ପତି, ଚନ୍ଦନ ଦାସ, ଅପୂର୍ବ ବେହେରା, ପ୍ରଶାନ୍ତ ମଲ୍ଲିକ, ପ୍ରଶାନ୍ତ ସିଂ, ଜ୍ୟୋତିରଂଜନ ସାହୁ, ମିଲନ ବଳ, କାହ୍ନା ପ୍ରସାଦ ଖୁଣ୍ଟିଆ, ହେମନ୍ତ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।