ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଶତାଧିକ ସ୍କୁଲ ପିଲା ମାନଙ୍କୁ ନେଇ ବାଲ୍ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ। ଏହି ସାଇକେଲ ଶୋଭାଯାତ୍ରାଟି ସକାଳ ୭ ଟାରେ ଗାନ୍ଧୀ ପଡ଼ିଆରୁ ଆରମ୍ଭ ହୋଇ ସମଗ୍ର ସହର ପରିକ୍ରମା କରିଥିଲା। ଓଡ଼ିଶା ସରକାରଙ୍କର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଶ୍ରୀରାମ ମହାଯଜ୍ଞ ସମିତି ସଭାପତି ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ଉପ ସଭାପତି ତ୍ରିଲୋଚନ ନାୟକ, ସାଧାରଣ ସମ୍ପାଦକ ଶରତ ପଢିଆରୀ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମ୍ପାଦକ ଆଇନଜୀବୀ ତୁଷାର ଦାସ, ସ୍ୱରୂପା ନନ୍ଦ ମହାପାତ୍ର ଶ୍ରୀଫଳ ପିଟି ଗୈରିକ ପତାକା ଦେଖାଇ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ହଜାର ହଜାର ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଜୟ ଶ୍ରୀରାମ, ବନ୍ଦେ ମାତରଂ, ଭାରତ ମାତା କୀ ଜୟ ଧ୍ୱନିରେ ସମଗ୍ର ସହରରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଯୁବ ବର୍ଗଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା। ମାତୃଭୂମୀ ଏବଂ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସେବା, ତ୍ୟାଗ ଓ ସମର୍ପଣ ଭାବନା ନେଇ ଏହି ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ସାଇକେଲ ଶୋଭାଯାତ୍ରାର ସଂଯୋଜକ ବସନ୍ତ କୁମାର ରାଉତ, ଶ୍ରୀରାମ ମହାଯଜ୍ଞ ସମିତିର ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ, ଅଭିମନ୍ୟୁ ସାହୁ, ପ୍ରେମାନନ୍ଦ ବେହେରା, ଅପୂର୍ବ ବେହେରା, ବିଜୟ ଦାଶ, ଟୁକୁନା ସ୍ୱାଇଁ, ସଞ୍ଜୀବ ମହାନ୍ତି, ବିଶ୍ୱଜିତ୍ ବଳ, ବ୍ୟୋମକେଶ ମହାନ୍ତି ପ୍ରମୁଖ ଏହି ସାଇକେଲ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।