Odiapua.com

ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌ଯାପିତ, ନିରାଡ଼ମ୍ବର ଭାବେ ମହାଯଜ୍ଞ ପାଳିତ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୩ ଦିନର ହୋମଯଜ୍ଞ, ହନୁମାନ ଚାଳିଶା ପାଠ, ଶ୍ରୀରାମ ମହାନବମୀ ଯଜ୍ଞ ଆଦି କାର୍ଯ୍ୟ କୋଭିଡ଼ କଟକଣାରେ ସୁଚାରୂ ଭାବେ ସମ୍ପନ୍ନ ହୋଇ ଆଜି ଶେଷ ଦିନରେ ଏହି ମହୋତ୍ସବ ନିରାଡମ୍ବର ଭାବେ ଉଦ୍‌ଯାପିତ ହୋଇଛି । ଭଦ୍ରକ ଗାନ୍ଧୀପଡ଼ିଆ ଠାରେ ୩ ଦିନ ଧରି ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଅର୍ପଣ କରାଯାଇଛି । ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ମାତ୍ର ୧୦୮ ମହିଳାଙ୍କୁ ଭାଗ ଭାଗ କରି ୩ ଭାରେ ବିଭକ୍ତ କରାଯାଇ କଳସ ଶୋଭାଯାତ୍ରା କରାଯାଇଥିଲା । ଆର୍‌.ଏନ.ବେତରା ଗ୍ରାମଠାରେ କଟକଣା ମଧ୍ୟରେ ଗୋମାତା ପୂଜନ ଓ ସାଧୁସନ୍ଥ ପୂଜନ କରାଯାଇଥିଲା । ଆରଡ଼ି ଆଖଣ୍ଡଳମଣି ପୀଠ, ବିରଜା କ୍ଷେତ୍ର ଓ ଭଦ୍ରକାଳୀଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଯଜ୍ଞକର୍ମ ହୋଇଥିଲା । ପ୍ରତ୍ୟହ ହୁନମାନ ଚାଳିଶା ପଠନ କରାଯାଇଥିଲା । ଏହି ଯଜ୍ଞର ପୂର୍ଣ୍ଣାହୁତି ଆଜି ଶେଷ ହେବା ସହ ସନ୍ଧ୍ୟାରେ ଜିଲ୍ଲାବ୍ୟାପୀ ଘରେ ଘରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ତେବେ କୋଭିଡ଼ ପାଇଁ ଚଳିତ ବର୍ଷ ସଂକୀର୍ତ୍ତନ ଶୋଭଯାତ୍ରା, ମେଢ ପରିକ୍ରମାକୁ ବାତିଲ କରାଯାଇଥିଲା । ଗ୍ରାମରେ ବିଭିନ୍ନ ସଂକୀର୍ତ୍ତନ କମିଟି ପକ୍ଷରୁ କରାଯାଇଥିବା ଶ୍ରୀରାମ ମେଢକୁ ଗ୍ରାମରେ ନିରାଡମ୍ବରର ଭାବେ ପୂଜା କରାଯାଇଥିଲା । ସୂଚନା ଅନୁଯାୟୀ ୪୨ଟି ମେଢ ପୂଜା ପାଇଥିଲା । ପରିଶେଷରେ ଚଳିତ ବର୍ଷର ଶ୍ରୀରାମ ମହାନବମୀ ମହୋତ୍ସବର ପରିସମାପ୍ତି ଘଟିଛି । ଏହି ମହୋତ୍ସବ ପାଳନରେ ପୂର୍ବତନ ମନ୍ତ୍ରୀ ତଥା ସମିତିର ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ, ସଭାପତି ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଉପସଭାପତି ଅମ୍ବିକା ଦାସ, ପ୍ରଦିପ୍ତ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହକୋଷାଧ୍ୟକ୍ଷ ଭଗବାନ ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ ସିନ୍‌ହା, ବରିଷ୍ଠ ସଦସ୍ୟ ଜଗନ୍ନାଥ ଦାଶ, ରଘୁନାଥ ସାହୁ, ତୁଷାର ଦାସ, ସ୍ୱାଧୀନ ସୁନ୍ଦର ଦାସ, ସ୍ୱରୂପାନନ୍ଦ ମହାପାତ୍ର, ସରୋଜ ରାଉତ, ଶିବଶଙ୍କର ଦାସ, ବସନ୍ତ ରାଉତ, ବିଜୟ ଭୂଷଣ ନାୟକ, କୈଳାସ ଦାସ, ସନାତନ ସାହୁ, ସୂର୍ଯ୍ୟବଂଶୀ ସୂରଜ, ମଦନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରିୟନାଥ ଧଳ, ମହେଶ୍ୱର ବେହେରା, କାହ୍ନା ଖୁଣ୍ଟିଆ, ପ୍ରଶାନ୍ତ ମଳ୍ଲିକ, ନଳିନୀକାନ୍ତ ମହାନ୍ତି, ଅମରେଶ ଜେନା ପ୍ରମୁଖ ସହଯୋଗ କରିଥିଲେ ।