Odiapua.com

ଶ୍ରୀରାମପୁରରେ ବସୁଧା ଯୋଜନା ପାନୀୟ ଯୋଗାଣ ବନ୍ଦ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଶ୍ରୀରାମପୁର ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଟାଙ୍କି ବସା ଯାଇଥିଲା । ଏଠାରେ କୌଣସି ଏସିଏମ୍‌ଙ୍କୁ ପମ୍ପ ଚଲାଇବା ପାଇଁ ଦାୟିତ୍ୱ ଦିଆଯାଇ ନ ଥିବା ବେଳେ ଗ୍ରାମର ଜଣେ ଯୁବକ ଦୀର୍ଘ ମାସ ଧରି ପମ୍ପ ଚଲାଇ ଆସୁଥିଲେ । କୌଣସି କିଛି ପ୍ରାପ୍ୟ ନପାଇବାରୁ ଏବେ ସେ ପମ୍ପ ଚଲାଇବା ବନ୍ଦ କରିଛନ୍ତି,ଫଳରେ ଗ୍ରାମର ୭,୮ ନଂ ୱାର୍ଡର ଦେଢଶହ ପରିବାରର ପାଖାପାଖି ୭ ଶହ ଲୋକ ପାନୀୟ ଜଳ ପାଇବାରେ ବଂଚିତ ହୋଇଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀ ସୂରଜ ମାଇତି କହନ୍ତି, ମୁଁ ନୂଆ କରି ଜଏନ୍ କରିଛି,କ୍ଷେତ୍ରୀୟ ପରିଦର୍ଶନରେ ଯାଇ ବୁଝିବି । ଅନ୍ୟପକ୍ଷରେ ଗୋପିନାଥପୁର ସରପଞ୍ଚ କହିଛନ୍ତି ଏହି ପଚାଂୟତର ଏକାଧିକ ସ୍ଥାନରେ ଜଳ ଯୋଗାଣ ପ୍ରକଳ୍ପ ରହିଛି,ହେଲେ ୩ ଜଣ ଏସିଏମ୍ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ଦେଇ ପମ୍ପ ଚଲାଇବାର ବ୍ୟବସ୍ଥା କରିବି । ପ୍ରକାଶଯେ ଆଜକୁ ୬ ମାସ ହେବ କେବୁଲ୍ ପୋଡିଯିବା ଓ ଡ୍ରପ୍ ଆଉଟ୍ ଯିବା ଯୋଗୁ ଲୋକେ ପାଣି ପାଇବାରୁ ବଂଚିତ ହୋଇ ଆସୁଥିଲେ । ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ ଯୋଗେ ଅବଗତ ସହ ଗତ ମାସ ୨୪ ତାରିଖ ଖବର କାଗଜରେ ପ୍ରକାଶ ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମରାମତି କରାଯାଇ ଶୁଦ୍ଧ ପାନୀୟ ଜଳ ଲୋକଙ୍କୁ ଯୋଗାଇ ଦିଆଯାଉଥିଲା । ହେଲେ ଆଜକୁ ୫ ଦିନ ହେବ ଗ୍ରାମର କୈଳାସ ସେଠୀ ନାମକ ଯୁବକ ପମ୍ପ ନଚଲାଇବାରୁ ଲୋକେ ପାଣି ପାରୁ ନାହାନ୍ତି । ଦୀର୍ଘମାସ ଧରି ଆବଶ୍ୟକୀୟ କାଗଜପତ୍ର ଦେବା ସତ୍ୱେ ପ୍ରାପ୍ୟ ନପାଇବାରୁ ପମ୍ପ ଚଳାଇବା ମୋ ପକ୍ଷେ ସମ୍ଭବ ନୁହେଁ ବୋଲି ଶ୍ରୀ ସେଠୀ କହିଛନ୍ତି ।