Odiapua.com

ଶ୍ରୀମନ୍ଦିର ସେବକ ଓ କର୍ମଚାରୀଙ୍କ ପାଇଁ ଏକ କରୋନା ସେବାକେନ୍ଦ୍ର ଖୋଲାଯାଇଛି

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ର ସେବକ ଓ କର୍ମଚାରୀ ମାନଙ୍କ ପାଇଁ ଚକ୍ରତୀର୍ଥ ରୋଡ ସ୍ଥିତ ହୋଟେଲ ନିୟୁ ରକ ବେ ଠାରେ ଏକ କରୋନା ସେବା କେନ୍ଦ୍ର ଖୋଲାଯାଇଛି। କରୋନା ପଜେଟିଭ ଚିହ୍ନିତ ସେବକ ଓ କର୍ମଚାରୀ ମାନେ ସେଠାରେ ରହି ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା ହୋଇପାରିବେ। ଏଠାରେ ରହୁଥିବା ରୋଗୀ ମାନଙ୍କୁ ପାନ୍ଥ ନିବାସ ଦ୍ୱାରା ଖାଦ୍ୟ ଯୋଗାଣ ର ବ୍ୟବସ୍ଥା କରାଯାଇଛି। କରୋନା ପଜେଟିଭ ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ କରୋନା କେନ୍ଦ୍ର କୁ ପଠାଇବା ଦାୟିତ୍ୱ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କୁ ଦିଆଯାଇଛି। ଏଥିନିମନ୍ତେ ହସପିଟାଲ ପକ୍ଷରୁ ଶ୍ରୀ ସନ୍ତୋଷ ମିଶ୍ର ଏପିଏମ ଏବଂ ଶ୍ରୀମନ୍ଦିର ପକ୍ଷରୁ ଅରୁଣ ରଞନ ପାଣିଗ୍ରାହୀ ଆସିଷ୍ଟାଣ୍ଡ ମ୍ୟାନେଜର ଓ ଏଣ୍ଡଏମ ଯୋଗଯୋଗ କାରୀ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମସ୍ତ ସେବକ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ଯେ, କୌଣସି ଅସୁବିଧା ର ସମ୍ମୁଖୀନ ହେଲେ ମୋବାଇଲ ନମ୍ବର ୯୯୩୭୩୪୮୫୦୬ ଙ୍କ ସହ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି।