Odiapua.com

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗାରୁଜା ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତିର ଫୁଟେଜ

ପୁରୀ ୫-୪ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗାରୁଜା ଘଟଣାର ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି। ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ସିସିଟିଭି ଫୁଟେଜରୁ ଜଣେ ସନ୍ଦିଗ୍ଧ ଵ୍ୟକ୍ତି ଫୁଟେଜ ମିଳିଛି। ସେ କିଏ ତାଙ୍କୁ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଉକ୍ତ ବ୍ୟକ୍ତି ମଧ୍ୟ ମନ୍ଦିର ଭିତରେ ଥିବା ଜେଟିପି କର୍ମଚାରୀଙ୍କ ସହ କଥା ହେଉଥିବା ସିସିଟିଭି ଫୁଟେଜରୁ ମିଳିଛି। ୪ ଜଣ ଜେଟିପିଙ୍କୁ ପଚରା ଉଚରା ଚାଲିଛି। ସେହିପରି ଉକ୍ତ ବ୍ୟକ୍ତିଙ୍କ ପରିଚୟ ପାଇଁ ସେବାୟତଙ୍କ ସହଯୋଗ ମଧ୍ୟ ନିଆଯାଉଛି। ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ସାହିରେ ପୋଲିସ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ପୁରୀ ଏସପି କହିଛନ୍ତି।