Odiapua.com

ଶ୍ରୀମନ୍ଦିର ରତ୍ନ ସିଂହାସନରୁ ଖସିଲା ଚୂନ ପ୍ଲାଷ୍ଟର

ପୁରୀ ୩-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ରତ୍ନ ସିଂହାସନରୁ ଖସିଲା ଚୂନ ପ୍ଲାଷ୍ଟର। ଗତକାଲି ମହାପ୍ରଭୁ ଙ୍କ ସକାଳ ଧୂପ ସମୟ ରେ ଏହି ଘଟଣା ଘଟିଛି। ବଡ ଠାକୁର ବଳଭଦ୍ରଙ୍କ ପଟୁ ଏହା ଖସିଛି। ଗର୍ଭ ଗୃହରେ ଆଦ୍ରତା ଅଧିକ ରହୁଥିବା ହେତୁ ଏହି ଘଟଣା ହୋଇଚି। ଏନେଇ ଏ ଏସ ଆଇ ପକ୍ଷରୁ ଜାଞ୍ଜ୍ ପରେ ଆବଶ୍ୟକ ପଦକ୍ଷେପ୍ ନିଆଯିବ। ଗର୍ଭ ଗୃହରୁ କୌଣସି ପଥର ଖସି ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଓ ଏ ଏସ ଆଇ ଅଧିକାରି ସ୍ପଷ୍ଟ କରିଛନ୍ତି। ଏହା ନେଇ କୌଣସି ସମସ୍ୟା ନଥିବା କୁହାଯାଇଛି।