Odiapua.com

ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା; ଯୁବତୀ ଅଟକ

ପୁରୀ, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ଗତ ୪ ଦିନ ପୂର୍ବରୁ ଶ୍ରୀମନ୍ଦିର ଫଟୋ ଭିଡିଓ କରି ଭାଇରାଲ କରିଥିବା ଯୁବତୀଙ୍କୁ ଅଟକ ରଖିଛି ସିଂହଦ୍ଵାର ପୋଲିସ। ଯୁବତୀ ଜଣକ ନିମାପଡ଼ା ଅଞ୍ଚଳର ହୋଇଥିବା ବେଳେ ୪ ଦିନ ପୂର୍ବରୁ ସେ ଶ୍ରୀମନ୍ଦିର ଭୋଗମଣ୍ଡପର ଟିକଟକ ଭିଡିଓ କରି ଥିଲେ। ଏହାପରେ ପୋଲିସ ତାଙ୍କୁ ଅଟକ ରଖିଛି। ଯୁବତୀ ଜଣକ ଗତକାଲି ଫେସବୁକ ମାଧ୍ୟମରେ କ୍ଷମା ପ୍ରାର୍ଥନା କରି ଏପରି ଭୁଲ କେବେ କରିବେ ନାହିଁ ବୋଲି କହିଛନ୍ତି। ତେବେ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। କେତେବେଳେ ସାଧାରଣ ଲୋକ ଫଟୋ ପୋଷ୍ଟ କରୁଛନ୍ତି ତ ଆଉ କେତେବେଳେ ପୋଲିସ ବାବୁ।