Odiapua.com

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମତ ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ ୨୩-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଚାଲିଥିବା ବେଳେ ଏ ନେଇ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଶେଷଜ୍ଞ ପରାମର୍ଶ ନିଆଯାଉ ଓ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ହେଉ ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି। ପୁରୀ ଏକ ତୀର୍ଥ କ୍ଷେତ୍ର ଏଠାରେ ବିକାଶ ହେଉ କିନ୍ତୁ ସବୁକିଛି ଆଧ୍ୟାତ୍ମିକତାକୁ ବଜାୟ ରଖି କରାଯାଉ। ଏହାକୁ ସମ୍ପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାନଯାଉ। ସେହିପରି ଶଙ୍କରାଚାର୍ଯ୍ୟ ମଠ ବିକାଶ, ଜମି ଜମା ସମସ୍ୟା ପ୍ରତି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଧ୍ୟାନ ନ ଦେବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ।

ଶ୍ରୀମନ୍ଦିରର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତଥା ଶ୍ରୀମନ୍ଦିର ର ବିଭିନ୍ନ ଧାର୍ମିକ ରୀତିନୀତି ରେ ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ ନେବାରେ ପ୍ରଶାସନ ଓ ସରକାର ଅବହେଳା କରିବା ନେଇ ଜଗତଗୁରୁ କ୍ଷୋଭ ପ୍ରକାଶ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନ ତଥା ବଡ଼ ବଡ଼ ତୀର୍ଥ କ୍ଷେତ୍ରରେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ବେଶ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଭିନ୍ନ ଧାର୍ମିକ ସମସ୍ୟା ଉପୁଜିଲେ ସମାଧାନ ପାଇଁ ମତାମତ ମଧ୍ୟ ଲୋଡ଼ା ଯାଉଛି। କିନ୍ତୁ ପୁରୀରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେବାରେ ପ୍ରଶାସନ ପଛ ଘୁଞ୍ଚା ଦେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେହିପରି ଓଡ଼ିଶାର ବିଭିନ୍ନ ମନ୍ଦିର ଉନ୍ନତି କରଣ କରଣ କାର୍ଯ୍ୟ ଚାଲିଥିବା ବେଳେ ଏ ନେଇ ସରକାର ଙ୍କ ପକ୍ଷରୁ କୌଣସି ସୂଚନା ସେ ଆଜି ପର୍ଯ୍ୟନ୍ତ ପାଇ ନ ଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି। ତେବେ ସରକାର ଭୋଟ ବ୍ୟାଙ୍କ ଉଦ୍ଦେଶ୍ୟ ଧାର୍ମିକ ସ୍ଥଳୀ ବିକାଶ ପ୍ରକ୍ରିୟାକୁ ନାପସନ୍ଦ କରିଛନ୍ତି।