Odiapua.com

ଶ୍ରୀମନ୍ଦିର ନୀତିକାନ୍ତି : ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ର ହାତୀ ପ୍ରସ୍ତାବ

ପୁରୀ ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଜି ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ପବିତ୍ର ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ର ହାତୀ ପ୍ରସ୍ତାବ ନୀତି ଅନୁଷ୍ଠିତ ହେଉଅଛି। ଏହି ଦିନ ଶ୍ରୀ ଦୋଳଗୋବିନ୍ଦ ଠାକୁର ଦକ୍ଷିଣି ଘର ଭୋଗ ଶେଷ ପରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଘଣ୍ଟ, ଛତା, କାହାଳୀ ସହ ପାଲିଙ୍କିରେ ବଡ଼ଛତା ମଠ ପାର୍ଶ୍ୱରେ ବିଜେ ହୁଅନ୍ତି। ଏଠାରେ ଶୀତଳ ଭୋଗ ହୁଏ। ଏହା ପରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରାଯାଏ। ଏହିଦିନ ଏଠାକୁ ବାସେଳି ସାହିରୁ ଇନ୍ଦ୍ର ହାତୀ (ହାତୀ ବେଶରେ ଜଣେ ବ୍ୟକ୍ତି) ଆସନ୍ତି। ବନ୍ଦାପନା ଶେଷ ପରେ ଶ୍ରୀ ଦୋଳଗୋବିନ୍ଦ ବଡ଼ ଦେଉଳକୁ ବିଜେ କରନ୍ତି।